The Topmost

“The eyes believe themselves, the ears believe other people.”

ମୋଦି ସରକାରଙ୍କ ସମର୍ଥନରେ ଅନୀଲ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକେ ଆଣ୍ଟୋନୀଙ୍କ ପୁଅ ଅନୀଲ ଆଣ୍ଟୋନୀଙ୍କ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଅନୀଲ ଆଣ୍ଟୋନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୁଜରାଟ ଦଙ୍ଗା ଉପରେ ନିର୍ମାଣ ହୋଇଥିବା ବିବିସି ଡକ୍ୟୁମେଣ୍ଟାରୀର ବିରୋଧ କରିଥିବା ବେଳେ ମୋଦୀ ସରକାରଙ୍କ  ସମର୍ଥନରେ ବାହାରିଛନ୍ତି । ସେ କହିଛନ୍ତି, ମୋ ଉପରେ ଟ୍ୱିଟ ଫେରାଇ ନେବାପାଇଁ ଚାପ ପକାଯାଇଥିଲା । ଅନୀଲ ଆଣ୍ଟୋନୀ କହିଥିଲେ ଯେ ଭାରତୀୟ ସଂସ୍ଥାନ ଅପେକ୍ଷା ବ୍ରିଟିଶ ପ୍ରସାରକଙ୍କ ବିଚାରକୁ ମହତ୍ତ୍ୱ ଦେବା ଦେଶର ଏକତାକୁ ପ୍ରଭାବିତ କରୁଛି ।  ଅନୀଲ କଂଗ୍ରେସ ଛାଡିବା ନେଇ ଟ୍ୱିଟ୍ କରିଛନ୍ତି । ଟ୍ୱିଟରେ ଲେଖିଛନ୍ତି, ମୁଁ କଂଗ୍ରେସରୁ ଇସ୍ତଫା ଦେଉଛି । ମୋ ଉପରେ ଟ୍ୱିଟ୍ ଫେରାଇନେବାକୁ ଚାପ ବଢାଯାଉଛି ।