The Topmost

“The eyes believe themselves, the ears believe other people.”

ମୋ ବାପାଙ୍କୁ ହଇରାଣ କରାଯାଉଛି: ରୋହିଣୀ

ଦିଲ୍ଲୀରେ ଲାଲୁ ଯାଦବଙ୍କୁ ସିବିଆଇର ପଚରାଉଚରା ଶେଷ ହୋଇଛି । ସିବିଆଇ ଟିମ୍ ଲାଲୁଙ୍କ ଝିଅ ମିସା ଭାରତୀଙ୍କ ଘରେ ୩ ଘଣ୍ଟା ପଚରାଉଚରା କରିଥିଲା । ସିବିଆଇ ଟିମ୍ ପଚରାଉଚରା କରି ଯିବା ପରେ ଝିଅ ରୋହିଣୀ ଆଚାର୍ଯ୍ୟ ଏକ ପ୍ରକାର ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, ମୋ ବାପାଙ୍କୁ ହଇରାଣ କରାଯାଉଛି । ଯଦି ବାପାଙ୍କୁ କିଛି ହୁଏ, ତାହାଲେ ଦିଲ୍ଲୀର ଚୌକି ଦୋହଲାଇ ଦେବି । ରୋହିଣୀ ଟ୍ବିଟ କରି କହିଛନ୍ତି, ମୋ ବାପାଙ୍କୁ ଲଗାତାର ହଇରାଣ କରାଯାଉଛି । ତାଙ୍କୁ ଯଦି କିଛି ହୁଏ ତାହାଲେ ମୁଁ ଛାଡ଼ିବି ନାହିଁ । ସମୟ ବଡ଼ ବଳବାନ । ତାଙ୍କୁ ଯଦି କିଛି ହୁଏ ତାହାଲେ ଦିଲ୍ଲୀର ଚୌକି ଦେହଲାଇ ଦେବି । ଏବେ ବରଦାସ୍ତ କରିବା ସୀମା ଟପି ଯାଇଛି ।