The Topmost

“The eyes believe themselves, the ears believe other people.”

ମେ ୫ରୁ ଜୁନ୍ ୧୭ ଯାଏଁ ଖରାଛୁଟି

ଆଜିଠୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ସକାଳୁଆ କ୍ଲାସ୍ ଆରମ୍ଭ ହୋଇଛି । ଉଭୟ ସରକାରୀ ଓ ଘରୋଇ ସ୍କୁଲରେ ସକାଳ ୭ରୁ ୧୧ଟା ୩୦ ଯାଏ ହେଉଛି ମର୍ଣ୍ଣିଂ କ୍ଲାସ୍ । ସ୍କୁଲରେ ଖରା ଦିନ ପାଇଁ ପଦକ୍ଷେପ ନିଆଯାଇଛି । ପାନୀୟ ଜଳ ସହ ORS, ଫ୍ୟାନ ବ୍ୟବସ୍ଥା କରାଯିବ । ହିଟଓ୍ବେଭ୍ ହେଲେ ପଦକ୍ଷେପ ନିଆଯିବ ବୋଲି ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ କହିଛନ୍ତି । ଖରା ବଢ଼ିଲେ କ୍ଲାସ୍ ସମୟ କମାଇବାର ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସେହିପରି ପ୍ଲେ-ସ୍କୁଲ ସମୟ କମାଇବାକୁ ନିବେଦନ କରିଛନ୍ତି ଅଭିଭାବକ । ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କ୍ୟାଲେଣ୍ଡର ପ୍ରକାଶ ପାଇଛି । ମେ ୫ରୁ ଜୁନ୍ ୧୭ ଯାଏଁ ପିଲାଙ୍କ ଖରାଛୁଟି ରହିଛି ।