ମେ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ ଓ ମେ ୧୩ ତାରିଖରେ ଭୋଟ୍ ଗଣନା କରାଯିବ । ଏହାଛଡ଼ା, ପଞ୍ଜାବର ଜଳନ୍ଧର, ଓଡ଼ିଶାର ଝାରସୁଗୁଡ଼ା, ଉତ୍ତର ପ୍ରଦେଶର ଛାନ୍ବେ, ସୁଆର୍, ମେଘାଳୟର ସୋହିଗଙ୍ଗ ନିର୍ବାଚନ ମଣ୍ଡଳୀରେ ମଧ୍ୟ ମେ ୧୦ ତାରିଖରେ ଉପନିର୍ବାଚନ କରାଯିବ । ଭାରତର ମୁଖ୍ୟ ନିର୍ବାଚନ କମିସନର୍ ରାଜୀବ କୁମାରଙ୍କ ସହିତ ଏହି ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିସନର୍ ଅନୁପଚନ୍ଦ୍ର ପାଣ୍ଡେ ଏବଂ ଅରୁଣ ଗୋଏଲ୍ ମଧ୍ୟ ଯୋଗ ଦେଇଥିଲେ। ମୁଖ୍ୟ ନିର୍ବାଚନ କମିସନର୍ ରାଜୀବ କୁମାର କହିଲେ ଯେ, ମେ ୨୪ ତାରିଖ ଦିନ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ । ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମତଦାନ କରିବା ଲାଗି ସମୁଦାୟ ୫.୨ କୋଟି ଯୋଗ୍ୟ ଭୋଟର୍ ଅଛନ୍ତି । ସେମାନଙ୍କ ମଧ୍ୟରୁ ୮୦ରୁ ଅଧିକ ବର୍ଷ ବୟସ୍କ ଭୋଟର୍ଙ୍କ ସଂଖ୍ୟା ୧୨.୫ ଲକ୍ଷ । ଚଳିତ ଥର ପ୍ରଥମ କରି ୮୦ ବର୍ଷରୁ ଅଧିକ ବୟସ୍କ ଭିନ୍ନକ୍ଷମ ଭୋଟ୍ଦାତା ଘରେ ଥାଇ ଭୋଟ୍ ଦେଇ ପାରିବେ । ସେହିପରି, ଚଳିତବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୯.୧୭ ଭୋଟର୍ ହେଉଛନ୍ତି ସମ୍ପୂର୍ଣ୍ଣ ନୂଆ ଓ ସେମାନେ ପ୍ରଥମ କରି ଭୋଟ୍ ଦେବା ବୟସରେ ପଦାର୍ପଣ କରିଛନ୍ତି ବୋଲି ନିର୍ବାଚନ କମିସନର୍ କହିଛନ୍ତି।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ