The Topmost

“The eyes believe themselves, the ears believe other people.”

ମେ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ଭୋଟ୍

ଆସନ୍ତା ମେ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ଭୋଟ୍ । ମେ ୧୩ ତାରିଖରେ ଆସିବ ନିର୍ବାଚନ ଫଳାଫଳ । କର୍ଣ୍ଣାଟକର ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ହେବ ବୋଲି ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ମେ ୨୪ ତାରିଖରେ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ଏହା ପୂର୍ବରୁ ନିର୍ବାଚନ ଶେଷ ହୋଇ ସରକାର ଗଠନ ହେବ । ତେଣୁ ନିର୍ବାଚନ କମିସନ ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବା ସହିତ ମେ ୧୦ରେ ଭୋଟ୍ ଓ ମେ ୧୩ରେ ରେଜଲ୍ଟ ଆସିବ ବୋଲି ସୂଚନା ଦେଇଛନ୍ତି । ତେବେ କର୍ଣ୍ଣାଟକରେ ମୋଟ ୫,୨୧,୭୩,୫୭୯ ଜଣ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୯.୧୭ ଲକ୍ଷ ହେଉଛନ୍ତି ନୂଆ ଭୋଟର । କର୍ଣ୍ଣାଟକରେ ଏଥର ଭୋଟ୍ ଫ୍ରମ ହୋମ୍ ସୁବିଧା ଆଣିବାକୁ ଯାଉଛନ୍ତି ନିର୍ବାଚନ କମିଶନ୍ । ଅର୍ଥାତ ବୟସ୍କ ଓ ଦିବ୍ୟାଙ୍ଗ ଭୋଟରମାନେ ଘରେ ବସି ନିଜର ଭୋଟ୍ ଦେଇପାରିବେ ।