ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୭୫ ନୁହେଁ ବରଂ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ସବିଶେଷ ତଥ୍ୟ ହସ୍ତଗତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଜିଲ୍ଲାପାଳଙ୍କ ଚୂଡାନ୍ତ ରିପୋର୍ଟ ଆଧାରରେ ମୃତକଙ୍କ ବାବଦରେ ସ୍ପଷ୍ଟ ସୂଚନା ମିଳିଛି । ଜିଲ୍ଲାପାଳଙ୍କ ରିପୋର୍ଟକୁ ଆଧାର କରି ମୁଖ୍ୟ ଶାସନ ସଚିବ କହିଛନ୍ତି, ଭୁବନେଶ୍ୱରକୁ ୧୯୩ଟି ମୃତଦେହ ପଠାଯାଇଥିଲା । ବାଲେଶ୍ୱର ଜିଲ୍ଲାରେ ୯୪ଟି ମୃତଦେହକୁ ଚିହ୍ନଟ କରାଯାଇଛି । ସେହିଭଳି ଭଦ୍ରକରେ ଚିକିତ୍ସିତ ହେଉଥିବା ଆହତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏସବୁକୁ ମିଶାଇଲେ ଶେଷ ମୃତ୍ୟୁ ସଂଖ୍ୟା ୨୮୮ରେ ପହଞ୍ଚିଛି । ଏବେ ଜଣେ ଆହତ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ।
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍