The Topmost

“The eyes believe themselves, the ears believe other people.”

ମୃତକଙ୍କ ପରିବାରର ଜଣଙ୍କୁ ମିଳିବ ଚାକିରି

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ରେଳବାଇ ମନ୍ତ୍ରୀ ମମତା ବାନାର୍ଜୀ ଏସସବି ମେଡିକାଲରେ ପହଂଚି ଆହତଙ୍କୁ ଭେଟିଛନ୍ତି। କଟକ ପହଞ୍ଚିବା ପରେ ସେ କଡ଼ା ସୁରକ୍ଷା ବଳୟରେ ତାଙ୍କୁ ଏସସିବି ପରିସରକୁ ନିଆଯାଇଥିଲା ଆହତଙ୍କୁ ଭେଟି ଦ୍ରୁତ ଆରୋଗ୍ୟ କାମନା କରିଥିଲେ। ଚିକିତ୍ସକମାନଙ୍କ ସହିତ ମଧ୍ୟ ଆଲୋଚନା କରି ଚିକିତ୍ସା ସମ୍ପର୍କରେ ବୁଝିଥିଲେ। ପଶ୍ଚିମବଙ୍ଗର ୫୩ ଜଣ ଆହତ ବ୍ୟକ୍ତି ମାନେ କଟକବଡ଼ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମମତା ବାନାର୍ଜୀ ପଶ୍ଚିମବଙ୍ଗର ଆହତମାନଙ୍କୁ ଭେଟି ମୃତ୍ୟୁ ହୋଇଥିବା ପରିବାରର ଜଣକୁ ଚାକିରିଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସୁଶ୍ରୀ ମମତା ବାନାର୍ଜୀ ମଧ୍ୟାହ୍ନ ୨ ଟା ବେଳେ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ବାହାରି କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟର ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ। ତାଙ୍କୁ ଜେଡ୍ ପ୍ଲସ୍ ନିରାପତ୍ତା ଯୋଗାଇ ଦିଆଯାଇଥିଲା । ମମତା ବାନାର୍ଜୀ କଟକ ବଡ଼ଡ଼ାକ୍ତରଖାନାରେ ପହଞ୍ଚିବା ପରେ ସେଠାରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ, ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ କଟକ ବଡ଼ଡ଼ାକ୍ତରଖାନାର ଉଚ୍ଚ କର୍ତ୍ତୃପକ୍ଷ ଓ ଚିକିତ୍ସକମାନେ ତାଙ୍କୁ ପାଛୋଟି ଆଣିଥିଲେ। ବିଭିନ୍ନ ୱାର୍ଡରେ ଗସ୍ତ କରି ଦୁର୍ଘଟଣାରେ ଆହତମାନଙ୍କୁ ଭେଟିଥିଲେ ।