ରାଷ୍ଟ୍ରପତିଙ୍କୁ ଭୋଟ୍ ଦେବା ପ୍ରସଙ୍ଗରେ ଜବାବ ରଖିଛନ୍ତି ବିଧାୟକ ମହମ୍ମଦ ମୋକିମ୍ । । ସେ କହିଛନ୍ତି, ଦଳୀୟ ଫୋରମରେ ଜବାବ ରଖିଛି । କ’ଣ ଲେଖିଛି ଏବେ ସ୍ପଷ୍ଟ କରିପାରିବି ନାହିଁ । ମୋକିମଙ୍କ ଜବାବ ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି ଉତ୍ତର ମିଳିଛି ହେଲେ ମୁଁ ତାକୁ ପଢିନାହିଁ । ଏହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର । ମୋକିମ୍ ନିଜ ଉତ୍ତରରେ କ’ଣ କହିଛନ୍ତି ପଢିବା ପରେ କ’ଣ ପଦକ୍ଷେପ ନିଆଯିବ ତାହା କହିବି ବୋଲି ସେ କହିଛନ୍ତି । ସେପଟେ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ମୋକିମଙ୍କ ଉତ୍ତର ବିଷୟରେ ହାଇକମାଣ୍ଡଙ୍କୁ ଜଣାଯିବ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ