ଜ୍ଞାନବାପୀ ମାମଲାରେ ବଡ଼ ନିଷ୍ପତ୍ତି । ମୁସଲିମ ପକ୍ଷର ଆବେଦନ ଖାରଜ କରିଥିବାବେଳେ ହିନ୍ଦୁ ପକ୍ଷର ପିଟିସନ ଗ୍ରହଣ କଲେ କୋର୍ଟ । ଏହାସହ ଜ୍ଞାନବାପୀ ମାମଲା ଶୁଣାଣି ଯୋଗ୍ୟ ବୋଲି କୋର୍ଟ କହିଛନ୍ତି । ବାରଣାସୀ ଜିଲ୍ଲା ଜଜ୍ ଅଜୟ କୃଷ୍ଣା ବିଶ୍ୱେଶଙ୍କ କୋର୍ଟ ସୋମବାର ବଡ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଶୃଙ୍ଗାର ଗୈାରୀରେ ପୂଜା ଅଧିକାର ଦାବିରେ ଦାଖଲ ଆବେଦନର ଶୁଣାଣିକୁ ଯୋଗ୍ୟ ବୋଲି ମାନିଛନ୍ତି । ହିନ୍ଦୁ ପକ୍ଷ ପକ୍ଷରୁ ଜ୍ଞାନବ୍ୟାପୀ ପରିସରରେ ସ୍ଥିତ ଶୃଙ୍ଗାର ଗୌରୀ ସମେତ ଅନ୍ୟ ଧାର୍ମିକ ସ୍ଥଳରେ ନିୟମିତ ପୂଜାର୍ଚ୍ଚନା କରିବାର ଅନୁମତି ପାଇଁ ଦାବି କରିଥିଲେ । ସେହିପରି ମୁସଲିମ୍ ପକ୍ଷ କୋର୍ଟରେ ହାଜର ନହେବାର ଦଲିଲ ଦେଇ ଏହି ମାମଲାକୁ ଖାରଜ କରିବା ପାଇଁ ଦାବି କରିଥିଲେ । କୋର୍ଟ ନିଜ ରାଏରେ କହିଛନ୍ତି, ସିଭିଲ ପ୍ରକ୍ରିୟା ସଂହିତାର ଆଦେଶ ୭ ନିୟମ ୧୧ ଆଧାରରେ ଏହି ମାମଲାରେ ଶୁଣାଣି ହେବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ