‘ଲଭ୍ ଜିହାଦ୍’ ବିରୋଧରେ ହିନ୍ଦୁ ସଙ୍ଗଠନର ରଣହୁଙ୍କାର । ଲଭ୍ ଜିହାଦ୍ ଓ ଧର୍ମାନ୍ତରୀକରଣ ବିରୋଧୀ ଆଇନକୁ ନେଇ ମୁମ୍ବାଇରେ ଆୟୋଜିତ ହୋଇଛି ବିଶାଳ ରାଲି । ଯେଉଁଥିରେ ଭାଗ ନେଇଛନ୍ତି ଏକାଧିକ ବିଧାୟକ ଓ ମନ୍ତ୍ରୀ । ମୁମ୍ବାଇରେ ହିନ୍ଦୁ ସଙ୍ଗଠନ ମିଶି ଲଭ୍ ଜିହାଦ ବିରୋଧର ରବିବାର ଏକ ବଡ ଧରଣର ରାଲି ଆୟୋଜନ କରିଥିଲେ । ଏହାସହ ଧର୍ମାନ୍ତରଣ ଆଇନ୍ ଓ ଧର୍ମ ନାଁରେ ହେଉଥିବା ଜମି ହଡପ କରୁଥିବା ଅସାଧୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ହିନ୍ଦୁ ସଙ୍ଗଠନ । ହିନ୍ଦୁ ସଙ୍ଗଠନମାନଙ୍କର ଅଭିଯୋଗ ହେଉଛି ଯେ, ଅନେକ ସମୟରେ ମୁସଲିମ୍ ଯୁବକ ନିଜ ନାଁ ବଦଳାଇ ହିନ୍ଦୁ ଝିଅଙ୍କୁ ପ୍ରେମ ଜାଲରେ ଫଶାଉଛନ୍ତି । ପରେ ସେହି ଝିଅମାନଙ୍କର ଧର୍ମ ପରିବର୍ତ୍ତନ କରାଉଛନ୍ତି । ଏହା ବିରୋଧରେ ସରକାର କଡା ଆଭିମୁଖ୍ୟ ପୋଷଣ କରିବାକୁ ସଙ୍ଗଠନ ଗୁଡିକ ଦାବି କରିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍