ରାଜ୍ୟରେ ବଢିବ ଗୁଣାତ୍ମକ ଶିକ୍ଷାର ଆଦର । ଏଥିପାଇଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ପାଠପଢାରେ ଏକ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି ହେବ । ଭୁବନେଶ୍ବର ସ୍ଥିତ ୟୁନିଟ୍ ୯ ସୁରଭିର ଉଦଯାପନୀ ଉତ୍ସବରେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ଶହେ କୋଟି ଟଙ୍କା ହେବ ଖର୍ଚ୍ଚ । ୫୦ ହଜାର ସ୍କୁଲ ଓ ୧୫ ଶହ ପ୍ରଧାନଶିକ୍ଷକଙ୍କ ସମେତ ସ୍କୁଲ ସହ ଜଡ଼ିତ କର୍ମଚାରୀଙ୍କୁ ସେମାନଙ୍କ ଶ୍ରେଷ୍ଠତା ନେଇ ମିଳିବ ପୁରସ୍କାର । ଏହି ଅବସରରେ ସମୟାନୁବର୍ତ୍ତି ହୋଇ ଶିକ୍ଷା ସହ ନିଜର ବୌଧିକ ଜ୍ଞାନର ବିକାଶ କରିବାକୁ ପିଲାଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍