The Topmost

“The eyes believe themselves, the ears believe other people.”

ମାଲଦ୍ୱୀପର ରଙ୍ଗୀନ ମାଛ

ବିଭିନ୍ନ ସମୟରେ ବୈଜ୍ଞାନିକ ମାନେ ଅଦ୍ଭୁତ ଉଦ୍ଭାବନ କରିଥାଆନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ସେହିଭଳି ଏକ ବିରଳ ପ୍ରଜାତିର ମାଛ ମାଲଦ୍ୱୀପର ଜଳରାଶିରେ ମିଳିଛି । ଏହି ମାଛଟି ଦେଖିବାକୁ ବେଶ୍‌ ସୁନ୍ଦର ଏବଂ ରଙ୍ଗୀନ । ଏହି ପ୍ରଜାତିର ନାଁ ରହିଛି କିର୍‌ହିଲାବରସ୍‌ ଫିନିଫେନ୍‌ମା । ତେବେ ଏହି ପ୍ରଜାତିର ଆବିଷ୍କାର ୧୯୯୦ରେ ହୋଇଥିଲା କିନ୍ତୁ ସେତେବେଳେ ଏହାକୁ କିର୍‌ହିଲାବରସ୍‌ ରୁବ୍ରୁସ୍କ୍ୱାମିସ୍‌ର ବୋଲି ଆକଳନ କରାଯାଇଥିଲା । ହେଲେ ପରେ ଏହାର ରଙ୍ଗ, ଆକାର, ବ୍ୟବହାର ଆଦିକୁ ନେଇ ଗବେଷଣା କରାଯାଇଥିଲା । ଏହି ସମୟରେ ଏହା ଏକ ନୂଆ ପ୍ରଜାତିର ବୋଲି ଜଣାପଡିଥିଲା । ପ୍ରଥମରୁ ଏହାକୁ ନେଇ ଭୂଲ ଆକଳନ କରାଯାଇଥିବା ବୈଜ୍ଞାନିକ ମତ ଦେଇଛନ୍ତି । ପ୍ରକୃତରେ ଏହା ଦୁଇଟି ଭିନ୍ନ ପ୍ରଜାତି । ମାଛଟି ଦେଖିବାକୁ ବେଶ୍‌ ଆର୍କଷଣୀୟ । ତେବେ ପ୍ରଥମଥର ପାଇଁ ମାଲଦ୍ୱୀପ୍‌ରେ କେହି ଜଣେ ସ୍ଥାନୀୟ ବୈଜ୍ଞାନିକ ଏହି ପ୍ରଜାତିର ଆବିଷ୍କାର କରିଛନ୍ତି, ପୂର୍ବରୁ ସର୍ବଦା ଏହି କାର୍ଯ୍ୟ ବିଦେଶୀ ବୈଜ୍ଞାନିକ କରିଥାଆନ୍ତି ।

Colourful Fish Species Hiding In Maldivian Coral Reefs  @the topmost
Colourful Fish Species Hiding In Maldivian Coral Reefs @the topmost