February 13, 2026

ମାରିଦେଲା ମାଂସଖିଆ ଜୀବାଣୁ

ଅଜବ ବ୍ୟକ୍ଟେରିଆ ନେଲା ଜୀବନ । ପଶ୍ଚିମବଙ୍ଗ କୋଲକାତାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଜଣେ ୪୪ ବର୍ଷୀୟ ବ୍ୟକ୍ତିଙ୍କର ଏକ ଅଜବ ବ୍ୟାକ୍ଟରିଆ ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଛି । ଡାକ୍ତରଙ୍କ କହିବା ଅନୁଯାୟୀ ରୋଗୀଙ୍କୁ ନେକ୍ରୋଟାଇଜିଙ୍ଗ୍ ଫାସିସାଇଟିସ ନାମକ ବ୍ୟାକ୍ଟେରିଆ ସଂକ୍ରମଣ ହୋଇଥିଲା । ଏହାକୁ ସାଧାରଣ ଭାଷାରେ ମାଂସଖିଆ ବ୍ୟାକ୍ଟେରିଆ ବୋଲି କୁହାଯାଇଥାଏ। ଆମେରିକୀୟ ସ୍ବାସ୍ଥ୍ୟ ଏଜେନ୍ସୀ ସିଡିସିର କହିବା ଅନୁଯାୟୀ, ଏହି ବ୍ୟାକ୍ଟେରିଆ ସଂକ୍ରମଣ ଦୁର୍ଲଭ ହୋଇଥାଏ। କିନ୍ତୁ ଏହା ବେଶ୍ ମାରାତ୍ମକ। ଥରେ ଏହାର ସଂକ୍ରମଣ ହେଲେ ଏହା ଶରୀରରେ ଦ୍ରୁତ ଭାବରେ ବ୍ୟାପିଥାଏ ଏବଂ ମନୁଷ୍ୟର ମୃତ୍ୟୁ ହୋଇଥାଏ।

SHARE BY