ଆମେରିକା ଗସ୍ତର ଦ୍ବିତୀୟ ଦିନରେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ରାହୁଲ ଗାନ୍ଧୀ । ଦଶ ଦିନିଆ ଗସ୍ତରେ ଲଗାତାର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ବେଳେ ଚୀନ-ଭାରତ ସୀମା ବିବାଦ, ଦେଶରେ ଗଣତାନ୍ତ୍ରିକ ସଂସ୍ଥା ଉପରେ ସରକାରଙ୍କ ନିୟନ୍ତ୍ରଣ, ପେଗାସସ ସ୍ପାଏଓ୍ବେର ଓ ଲୋକସଭା ସଦସ୍ୟତା ରଦ୍ଦକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ସୀମାରେ ଭାରତର ଅଂଶ ଏବେ ଚୀନ କବଜାରେ ରହିଛି । ଆଗାମୀ ବର୍ଷ ଗୁଡ଼ିକରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଚ୍ୟାଲେଞ୍ଜିଂ ହୋଇପାରେ । ଷ୍ଟାଣ୍ଡଫୋର୍ଡ ୟୁନିଭର୍ସିଟିରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକସଭା ସଂସଦ ପଦ ରଦ୍ଦକୁ ନେଇ ବି ପ୍ରତିକ୍ରିୟା ରଖିଛନ୍ତି ରାହୁଲ । ମାନହାନି ମାମଲାରେ ମୋତେ ଅଧିକତମ ସଜା ମିଳିଛି । ଲୋକତାନ୍ତ୍ରିକ ସଂସ୍ଥାକୁ ନିୟନ୍ତ୍ରଣରେ ରଖି ବିରୋଧୀଙ୍କୁ ଡରାଉଛନ୍ତି ସରକାର । ଭାରତରେ ବିରୋଧୀ ସଂଘର୍ଷ କରୁଛନ୍ତି ବୋଲି ନିଜ ଉଦବୋଧନରେ କହିଛନ୍ତି ରାହୁଲ ଗାନ୍ଧୀ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ