ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ ପରୀକ୍ଷା । ଏ ନେଇ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟାରେ ସରିବ । ଭୋକେସନାଲ ଟ୍ରେଡ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ ମାର୍କ ପରୀକ୍ଷା କରାଯିବ । ୫୦ ନମ୍ବର ସଂକ୍ଷିପ୍ତ ପ୍ରଶ୍ନ ରହିବ, ଯାହାର ଉତ୍ତର OMR ସିଟରେ ପୂରଣ କରାଯିବ । ଅବଶିଷ୍ଟ ୩୦ ନମ୍ବର ସବଜେକ୍ଟିଭ ପ୍ରଶ୍ନ ରହିବ ଏହାର ଉତ୍ତର ପିଲାମାନେ ବୁକଲେଟରେ ଲେଖିବେ । ଗଣିତ ବିଷୟରେ ପିଲାମାନଙ୍କୁ ଅଧିକ ୧୫ ମିନିଟ ସମୟ ଦିଆଯିବ । ତେବେ ପ୍ରଥମ ଦିନ ପ୍ରଥମ ଭାଷା ପରୀକ୍ଷା, ଦ୍ବିତୀୟ ଦିନ ଦ୍ବିତୀୟ ଭାଷା ଓ ତୃତୀୟ ଦିନ ତୃତୀୟ ଭାଷା ପରୀକ୍ଷା ହେବ । ୪ର୍ଥ ଦିନ ସାଧାରଣ ବିଜ୍ଞାନ, ୫ମ ଦିନ ସାମାଜିକ ବିଜ୍ଞାନ ଓ ଷଷ୍ଠ ଦିନ ଗଣିତ ପରୀକ୍ଷା ହେବ । ଭୋକେସନାଲ ଟ୍ରେଡ ପ୍ରାକ୍ଟିକାଲ ପରୀକ୍ଷା ନିଜ ନିଜ ସ୍କୁଲରେ ଫେବୃଆରୀ ୧୫ରୁ ୧୮ ତାରିଖ ମଧ୍ୟରେ କରାଯିବ । ସେହିପରି ମଧ୍ୟମା ବା ସଂସ୍କୃତ ଟୋଲରେ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଂରାଜୀ ପରୀକ୍ଷାରେ ୩୦ ନମ୍ବର ସବଜେକ୍ଟିଭ ଓ ୩୦ ନମ୍ବର ଅବଜେକ୍ଟିଭ ପରୀକ୍ଷା ହେବ । ଅନ୍ୟ ବିଷୟରେ ୩୦ ମାର୍କ ସବଜେକ୍ଟିଭ ଓ ୫୦ ମାର୍କ ଅବଜେକ୍ଟିଭ ପରୀକ୍ଷା କରାଯିବ ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା