ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ । ଜୁଲାଇ ୨୮ ରୁ ଅଗଷ୍ଟ ୩ ଯାଏଁ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରନ୍ତି । ପୁଲିସ ଗୁଳିରେ ପ୍ରାଣ ହରାଇ ଥିବା ମାଓବାଦୀଙ୍କୁ ସହିଦର ଆକ୍ଷା ଦେଇ ଦୁର୍ଗମ ଅଞ୍ଚଳରେ ସ୍ମୃତି ସଭାର ଆୟୋଜନ କରନ୍ତି ଲାଲବାହିନୀ । ସ୍ମୃତି ସ୍ତମ୍ଭ ନିର୍ମାଣ କରି ସ୍ମୃତି ସଭାର ଆୟୋଜନ କରାଯାଇ ମାଓ ସଙ୍ଗଠନରେ ଯୋଗଦେବା ଲାଗି ଗ୍ରାମବାସୀଙ୍କୁ ଆହ୍ୱାନ ଦିଅନ୍ତି ମାଓବାଦୀ । ଏ ସପ୍ତାହରେ ବିଗତ ଦିନ ମାନଙ୍କରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇ ଆସୁଥିବାର ନଜିର ରହିଛି । ତେଣୁ ପୁଲିସ ପକ୍ଷରୁ ମାଓ ଉପଦ୍ରୁତ ଅଞ୍ଚଳରେ କୁମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି । ଏହାସହ ସୀମାବର୍ତ୍ତୀ ଅଞ୍ଚଳରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା