ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟ । ମାଓବାଦୀମାନେ ଅଭୟାରଣ୍ୟକୁ ନିଜ ଅକ୍ତିଆରରେ ରଖିଛନ୍ତି । ସେମାନେ ନିଜର ଉପସ୍ଥିତି ଜାହିର କରି ତାଣ୍ଡବ ରଚିଛନ୍ତି । ଗତ ଜୁନ୍ ମାସରେ ୩ ଜଣ ଯବାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଘଟଣାକୁ ଲୋକଙ୍କ ମନରୁ ଲିଭି ନ ଥିବାବେଳେ ଗୁରୁବାର ରାତିରେ ପୁଲିସ୍ ଇନ୍ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଛନ୍ତି । କିଛିଦିନ ବ୍ୟବଧାନରେ ଲାଲବାହିନୀ ଏଭଳି କାଣ୍ଡ କରି ଚାଲିଥିବାରୁ ଜିଲ୍ଲା ପୁଲିସ୍ର ଚିନ୍ତା ବଢ଼ିଯାଇଛି । ତେବେ ଗତ ୧୩ ବର୍ଷ ମଧ୍ୟରେ ମାଓବାଦୀମାନେ ନୂଆପଡ଼ା ଜିଲ୍ଲାର ୨୯ ଜଣ ପୁଲିସ୍ ଓ ନିରୀହ ଆଦିବାସୀଙ୍କୁ ହତ୍ୟା କରିଛନ୍ତି ।
More Stories
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି