କୋରାପୁଟରେ ମାଓ ଗତିବିଧିକୁ ଜଗିବ ଡ୍ରୋନ । ଡ୍ରୋନ ସହଯୋଗରେ ଜିଲ୍ଲାରେ ରହିଥିବା ମାଓବତିବିଧିକୁ ନିୟନ୍ତ୍ରଣ କରାଯିବ। ଏଥିପାଇଁ ଜିଲ୍ଲାରେ ୬ଟି ଡ୍ରୋନକୁ ସାମିଲ କରାଯିବ ବୋଲି କୋରାପୁଟ ଗସ୍ତରେ ଆସି କହିଛନ୍ତି ପୁଲିସ ଡିଜି ସୁନୀଲ କୁମାର ବଂଶଲ। ମାଓବାଦୀଙ୍କ ଦ୍ବାରା ହିଂସା କାଣ୍ଡକୁ ଦୃଢ ନିନ୍ଦା କରିଛନ୍ତି ପୁଲିସ ଡ଼ିଜି । ସାଧାରଣ ଲୋକଙ୍କ ଧନ ଜୀବନକୁ କ୍ଷତି ପହଂଚାଇବା କାହାରି ଅଧିକାର ନାହିଁ ବୋଲି କହିଛନ୍ତି। ସେ ହିଂସାର ପଥ ଛାଡି ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ବାନ କରିଛନ୍ତି। ଆଇନ ଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରାଗଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି ମାଓବାଦୀକୁ କଡା ସନ୍ଦେଶ ଦେଇଛନ୍ତି।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା