କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଆଜି ଛତର ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭବାନୀପାଟଣା ସହର । ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଛତରକୁ ଜେନା ଖାଲରୁ ପୀଠକୁ ପାଛୋଟି ଆଣୁଛନ୍ତି । ପ୍ରଶାସନର ବାରଣ ସତ୍ୱେ ହଜାର ହଜାର ସଂଖ୍ୟାରେ ବଳି ପକାଉଛନ୍ତି ମାନସିକଧାରୀ । ମା’ ମାଣିକେଶ୍ୱରୀଙ୍କ ଛତର ଦର୍ଶନ କରିବା ସହ ଆଶୀର୍ବାଦ ନେବାକୁ ଜିଲ୍ଲା ତଥା ଜିଲ୍ଲା ବାହାରରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଭିଡକୁ ଆଖିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ମାଣିକେଶ୍ୱରୀ ମନ୍ଦିରରେ ପୋଢ ବଳି ଦେବା ପରେ ମାଙ୍କ ଛତରକୁ ଗୋପନରେ ଜେନା ଖାଲକୁ ନିଆଯାଇଥିଲା । ସେଠାରେ ଆଜି ଭୋରରୁ ଗୁପ୍ତ ପୁଜା ଓ ବଳି ଦେବା ପରେ ବାଜାଗାଜା ସହ ମା’ ଭକ୍ତଙ୍କୁ ଦର୍ଶନ ଦେବାକୁ ବାହାରିଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା