The Topmost

“The eyes believe themselves, the ears believe other people.”

Mahua Moitra

ମହୁଆ ମୈତ୍ରଙ୍କ ସାଂସଦ ପଦ ରଦ୍ଦ

ଟଙ୍କା ନେଇ ପ୍ରଶ୍ନ ମାମଲାରେ ତ୍ରୁଣମୂଳ କଂଗ୍ରସ ସାଂସଦ ମହୁଆ ମୈତ୍ରଙ୍କୁ ସଂସଦରୁ ବହିଷ୍କାର କରାଯାଇଛି । ଲୋକସଭା ଏଥିକ୍ସ କମିଟି ସୁପାରିସ କ୍ରମେ ମହୁଆଙ୍କୁ ବହିଷ୍କୃତ କରାଯାଇଛି ।ଏନଡିଏ ତରଫରୁ ମହୁଆଙ୍କୁ ବରିଷ୍କାର କରିବା ପାଇଁ ଆଗତ ପ୍ରସ୍ତାବ ଧ୍ୱନୀମତରେ ଲୋକସଭାରେ ଗୃହିତ ହୋଇଥିଲା । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ସହିତ ଲୋକସଭାରେ ଏଥିକ୍ସ କମିଟି ରିପୋର୍ଟ ପେସ କରାଯାଇଥିଲା । ରିପୋର୍ଟ ଉପରେ ଚର୍ଚ୍ଚା କାଳରେ ବିରୋଧୀ ଦଳ ସଦସ୍ୟ କକ୍ଷତ୍ୟାଗ କରିଥିଲେ । ବିରୋଧୀ ପକ୍ଷ ମହୁଆଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦେବାକୁ ଦାବି କରିଥିଲେ । ଯାହାକୁ ବିଜେପି ଓ ଅନ୍ୟ ଏନଡିଏ ସଦସ୍ୟ ବିରୋଧ କରିଥିଲେ । ବାଚସ୍ପିତ ବିରୋଧୀ ଦଳର ଦାବିକୁ ଗ୍ରହଣ କରିନଥିଲେ । ପ୍ରତିବାଦରେ ବିରୋଧୀ ଦଳ କକ୍ଷ ତ୍ୟାଗ କରିଥିଲେ । ରିପୋର୍ଟରେ ମହୁଆଙ୍କ ବିରୋଧରେ ଥିବା ଅଭିଯୋଗ ସାଂଘାତିକ ବୋଲି କୁହାଯାଇଥିଲା ଓ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା ।ସୂଚନାଯୋଗ୍ୟ ଯେ, ମହୁଆଙ୍କ ବନ୍ଧୁ ହିରାନନ୍ଦାନୀ ତାଙ୍କ ବିରୋଧରେ ଟଙ୍କା ନେଇ ସଂସଦ ଲଗଇନ୍ ପାସୱାର୍ଡ ଓ ଆଇଡି ସେୟାର କରିଥିବା ଅଭିଯୋଗ ଆଣିଥିଲେ । ଶୁକ୍ରବାର କକ୍ଷରେ ରିପୋର୍ଟ ଉପସ୍ଥାପିତ ହେବା ସହିତ ହଙ୍ଗାମା ଆରମ୍ଭ ହୋଇଥିଲା । ଫଳରେ ଗୃହକାର୍ଯ୍ୟକୁ ଦିନ ୨ଟା ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା । ଅନ୍ୟପକ୍ଷରେ ମହୁଆ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଧେଶ୍ୟପ୍ରଣୋଦିତ ବୋଲି କହିଛନ୍ତି । ଲୋକସଭାରୁ ବହିଷ୍କୃତ ହେବା ପରେ ମହୁଆ ନିଜ ସାଥି ସାଂସଦଙ୍କ ସହିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବିକ୍ଷୋଭ କରିଥିଲେ ।