ପୁରୁଣା ପେନସନ୍ ସ୍କିମ (ଓପିଏସ) ସମସ୍ୟାର ସମାଧାନ ନହେବାରୁ ତାତିଲେ କର୍ମଚାରୀ । ଆଜିଠୁ ଧର୍ମଘଟ କରିଛନ୍ତି ମହାରାଷ୍ଟ୍ରର ୧୭ ଲକ୍ଷ କର୍ମଚାରୀ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ସହ ସରକାରୀ କର୍ମଚାରୀଙ୍କ ପ୍ରତିନିଧି ଭାବେ ଅଧିକାରୀ ଓ ସେବାନିବୃତ୍ତ କର୍ମଚାରୀଙ୍କ ଏକ ସମିତି ଗଠନ କରାଯାଇ ଆଲୋଚନା କରାଯିବାର ସୂଚନା ରହିଛି । ପୁରୁଣା ପେନସନ୍ ସ୍କିମ ଲାଗୁ କରିବା ଦାବୀରେ ମହାରାଷ୍ଟ୍ର ସରକାର ଓ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ସରକାରୀ ସ୍କୁଲ ଓ କଲେଜଗୁଡିକର ଶିକ୍ଷକ ଓ ଅଧ୍ୟାପକମାନଙ୍କ ସହ ୧୭ଲକ୍ଷରୁ ଅଧିକ କର୍ମଚାରୀ ଧର୍ମଘଟ ଆରମ୍ଭ କରିଛନ୍ତି । ଫଳରେ ଏବେ ଚାଲୁଥିବା ଏସଏସସି ଓ ଏଚଏସସି ପରୀକ୍ଷା ପ୍ରଭାବିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।
“The eyes believe themselves, the ears believe other people.”
More Stories
ସୋନିଆ ଓ ରାହୁଲଙ୍କ ସମ୍ପତ୍ତି ଜବତ କଲା ଇଡି
ଯୌନଶକ୍ତି ବୃଦ୍ଧି ପାଇଁ ଖାଉଛନ୍ତି କି ଭାଏଗ୍ରା, ସାଇଡଇଫେକ୍ଟ ଶୁଣିଲେ ଆସିବ ହାର୍ଟ ଆଟାକ୍
ତହବୁର ରାଣାକୁ ଘନ ଘନ ଜେରା