୧୯୯୯ ମସିହା ଅକ୍ଟୋବର ୨୯ ତାରିଖ । ଆଜିକୁ ଠିକ୍ ୨୪ ବର୍ଷ ତଳେ ରାଜ୍ୟରେ ତାଣ୍ଡବ ରଚିଥିଲା ମହାବାତ୍ୟା । ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଆଜି ବି ଛାତି ଥରିଉଠେ । ସେଦିନର ଘଟଣା ମନେପକାଇଲେ ଲୋମ ଟାଙ୍କୁରୀ ଉଠେ । ୨୯ ତାରିଖ ସକାଳ ପ୍ରାୟ ୧୦ଟା ୩୦ରେ ଜଗତସିଂହପୁର ଏରସମା ଓ ବାଲିକୁଦା ମଧ୍ୟରେ ମାଡ଼ ହୋଇଥିଲା ମହାବାତ୍ୟା । ଧ୍ୱଂସଲୀଳା ରଚିଥିଲା ମେଘ ସାଙ୍ଗକୁ ପବନ । ଘଂଟା ପ୍ରତି ୩ ଶହ କିଲୋମିଟର ବେଗରେ ମାଡି ଆସିଥିଲା ପବନ । ୩୦ ଘଂଟାର ତାଣ୍ଡବରେ ପୂରା ଛାରଖାର ହୋଇଯାଇଥିଲା ଅଧା ଓଡ଼ିଶା । ମହାବାତ୍ୟାରେ ଯାଇଥିଲା ହଜାର ହଜାର ଲୋକଙ୍କ ଜୀବନ । ଅନେକ ଘରଦ୍ୱାର, ଘର ଭାଙ୍ଗିବା ସହ ଅନେକ ଜୀବଯନ୍ତୁ ପ୍ରାଣ ହରାଇଥିଲେ । ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଏରସମା ଓ ଅସ୍ତରଙ୍ଗ । ସମୁଦ୍ରରୁ ୩୦ ଫୁଟ ଉଚ୍ଚର ଲୁଣା ଜୁଆର ଉଠି ଏରସମାର ଭୌଗଳିକ ସ୍ଥିତି ଛାରଖାର କରିଦେଇଥିଲା । ପାରାଦୀପର ଷଣ୍ଢକୁଦ ବସ୍ତି ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା