ଆଜି ଖଳି ଲାଗି ଏକାଦଶୀ । ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ । ଶ୍ରୀଜିଉଙ୍କ ଅଣସର ଘରେ ଖଳି ଲାଗି ନୀତି ସମ୍ପାଦନ କରିବେ ଦଇତାପତି ସେବାୟତ । ଗତକାଲି ଦଶମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀ ବୈଦ୍ୟଙ୍କ ଘରୁ ପ୍ରସ୍ତୁତ ଦଶମୂଳ ଔଷଧ ଗାରଦରେ ଜିମା ଦିଆଯାଇଛି । ଶ୍ରୀବିଗ୍ରହଙ୍କୁ ଆଜି ଏକାଦଶୀ ତିଥିରେ ଖଳି ଲାଗିରେ ଦଶମୂଳ ଔଷଧ ଲାଗି କରାଯିବା ସହ ତୁଳସୀ ଓ ବିଭିନ୍ନ ରଙ୍ଗୀନ ପୁଷ୍ପ ଲାଗି କରାଯିବାର ପରମ୍ପରା ରହିଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ