meat will be prepared in space

ମହାକାଶରେ ପ୍ରସ୍ତୁତ ହେବ ମାଂସ

ଆଜିକାଲି ମହାକାଶରେ ବିଭିନ୍ନ ଖାଦ୍ୟ ପଦାର୍ଥ ପ୍ରସ୍ତୁତ ହେଉଥିବାର ଘଟଣା ସାମନାକୁ ଆସୁଛି । କେତେବେଳେ ସେଠାରେ ଟାକୋ ପ୍ରସ୍ତୁତ ହେଲାଣି ତ କେତେବେଳେ ସେଠାରେ ଗଛ ଲାଗି ଲଙ୍କା ଫଳିଲାଣି । ସେହିଭଳି ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ବର୍ତ୍ତମାନ ମହାକାଶରେ ମାଂସ ପ୍ରସ୍ତୁତ ହେବାକୁ ଯାଉଛି । ୟୁରୋପିଆନ ସ୍ପେସ୍‌ ଏଜେନ୍ସି ଏଭଳି ବିରଳ କାର୍ଯ୍ୟ କରିବାକୁ ଯାଉଛି । ନିଜର ଲାବ୍‌ରେ ମାଂସ ପ୍ରସ୍ତୁତ କରିବା ପାଇଁ ଏହି ସଂସ୍ଥା ଗବେଷଣା ଆରମ୍ଭ କରିସାରିଛି । ମହାକାଶଚାରୀଙ୍କର ଲମ୍ବାଲମ୍ବା ଯାତ୍ରା ସମୟରେ ସେମାନଙ୍କୁ ମାଂସ ଖୁଆଇବା ପାଇଁ ଏଜେନ୍ସି ଏଭଳି ଯୋଜନା କରୁଛି । ତେବେ ଯଦି ଏଠାରେ ଏହି ମାଂସକୁ ପ୍ରସ୍ତୁତ କରାଯାଇପାରିବ ତେବେ ପୃଥିବୀରେ ମଧ୍ୟ ଏହା ସହାୟକ ହେବ । ଯଦି ଆମକୁ ଆଗକୁ ଅଧିକ ସମୟ ଧରି ମହାକାଶରେ ଗବେଷଣା କରିବାକୁ ହେବ ତେବେ ମହାକାଶଚାରୀଙ୍କ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ ବୋଲି ଏଜେନ୍ସି ଅଧିକାରୀ ମତ ଦେଇଛନ୍ତି । ତେଣୁ ସେମାନଙ୍କୁ କଲଚର୍‌ ମିଟ୍‌ ବା ଲାବ୍‌ରେ ପ୍ରସ୍ତୁତ ମାଂସ ପ୍ରସ୍ତୁତ କରିବାକୁ ହେବ ।

meat will be prepared in space
meat will be prepared in space @thetopmost-01

http://thetopmost.in/?p=1058

http://thetopmost.in/?p=1053

http://thetopmost.in/?p=1045

http://thetopmost.in/?p=1022

ତେବେ ବର୍ତ୍ତମାନ ଏହି ଟିମ୍‌ ଅଧିକ ଗବେଷଣାରେ ବ୍ୟସ୍ତ ଅଛନ୍ତି । ପୋଷଣକୁ ନେଇ ସମସ୍ତ ତଥ୍ୟ ହାସଲ କରିବା ପରେ ଏନେଇ କାର୍ଯ୍ୟ ଆରମ୍ଭ ହେବ । ପ୍ରଥମେ ଟିମ୍‌ ଏକ ପ୍ରାଥମିକ ଡିଜାଇନ୍‌ ପ୍ରସ୍ତୁତ କରିବେ, ଯାହାକୁ ଅନ୍ୟ ଫୁଡ୍‌ ପ୍ରଡକସନ୍‌ ଡିଜାଇନ୍‌ ସହିତ ତୂଳନା କରାଯିବ । ସେହିଭଳି ଅନ୍ୟ ସମସ୍ତ ଦିଗକୁ ମଧ୍ୟ ତର୍ଜମା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

SHARE BY