The Topmost

“The eyes believe themselves, the ears believe other people.”

Maha Shivaratri

ମହା ଶିବରାତ୍ରୀ

ପୂରାଣରେ ବର୍ଣ୍ଣିତ ଅନୁସାରେ ତେତିଶକୋଟି ଦେବତା ହିନ୍ଦୁ ଧର୍ମରେ ପୂଜା ପାଇଥାଆନ୍ତି । ସେଥିରୁ ଶିବଙ୍କର ମହିମା ସ୍ୱତନ୍ତ୍ର । ଶିବଙ୍କର ନାମରେ ହିଁ ରହିଛି ଜଗତ କଲ୍ୟାଣ । ପାପୀ ସଂହାରକ ଭାବେ ଜଗତ ତାଙ୍କୁ ଜାଣିଥାଆନ୍ତି । ସକଳ ଶକ୍ତିର ଆଧାର ମହାଦେବଙ୍କର ମହାଉତ୍ସବ ହେଉଛି ମହାଶିବରାତ୍ରୀ । ଫାଲଗୁନ୍‌ ମାସ ଚତୁର୍ଦ୍ଦଶୀରେ ପାଳନ ହୋଇଥାଏ ମହାଶିବରାତ୍ରୀ ।
ମହାଶିବରାତ୍ରୀ

ଶିବଭକ୍ତମାନେ ଆଜିର ଦିନଟିକୁ ଶ୍ରଦ୍ଧାର ସହ ପାଳନ କରିଥାଆନ୍ତି । ଏହି ଦିନ ଭକ୍ତମାନେ ଉଜାଗର ରହି ଶିବଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ୱଳନ କରିଥାଆନ୍ତି, ଯାହାକୁ ଜାଗର କୁହାଯାଏ । ଏହି ଦିନ ସନ୍ଧ୍ୟାରୁ ଭକ୍ତମାନେ ଶୈବପୀଠରେ ଦୀପ ଜାଳି ଶିବପଞ୍ଚାକ୍ଷରୀ ଜପ କରନ୍ତି । ପୂରା ଦିନ ଉପବାସ ରହିଥିବା ବ୍ରତଧାରୀମାନେ ମହାଦୀପ ଉଠିବା ପରେ ପୂଜା ଅର୍ଚ୍ଚନା କରି ଆହାର ଗ୍ରହଣ କରନ୍ତି । ଏହି ବ୍ରତ କଲେ ଅବିବାହିତ ଝିଅଙ୍କୁ ଭଲ ବର ମିଳିବା ସହ ବିବାହ ଯୋଗ ଶୀଘ୍ର ହୋଇଥାଏ ବୋଲି ଲୋକକଥା ରହିଛି ।

ମହାଶିବରାତ୍ରୀ

ସେହିଭଳି ଏହି ବ୍ରତ କରିବା ଫଳରେ ଶିବଙ୍କର କୃପା ଲାଭ ହୋଇଥାଏ । ଓଡ଼ିଶାରେ ଏହି ପର୍ବକୁ ବେଶ୍‌ ଜାକଜମକରେ ପାଳନ କରାଯାଇଥାଏ । ଭାରତରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ମାହାତ୍ମ୍ୟ ଢେର ଅଧିକା । ସଂସାରର କଲ୍ୟାଣ ପାଇଁ ଏହି ଜ୍ୟୋତିର୍ଲିଙ୍ଗଙ୍କର ଆବିର୍ଭାବ ହୋଇଥିଲା ବୋଲି ବର୍ଣ୍ଣନା ରହିଛି । ଏହି ସମସ୍ତ ପୀଠରେ ଜାଗର ବେଶ୍‌ ଶ୍ରଦ୍ଧାର ସହ ପାଳନ ହୋଇଥାଏ ।

ମହାଶିବରାତ୍ରୀ
କେଦାରନାଥ, ବୈଦନାଥ, ରାମେଶ୍ୱରମ, ଓଁକାରେଶ୍ୱର ଆଦି ପୀଠରେ ଆଜିର ଦିନପାଇଁ ସମସ୍ତେ ପ୍ରତୀକ୍ଷା କରିଥାଆନ୍ତି । କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ଶିବରାତ୍ରୀର ମାହାତ୍ମ୍ୟ ରହିଛି । ନେପାଳରେ ମହାଶିବରାତ୍ରୀକୁ ଜାତୀୟ ଛୁଟିଭାବେ ପାଳନ କରାଯାଇଥାଏ । ଏଠାରେ ଥିବା ପୁଷ୍ପାନାଥ ମନ୍ଦିରରେ ଶିବରାତ୍ରୀ ବହୁତ ବଡ ଆକାରରେ ପାଳନ କରାଯାଇଥାଏ ।

ମହାଶିବରାତ୍ରୀ
ନେପାଳର ପୁଷ୍ପାନାଥ ମନ୍ଦିର

ଏଠାରେ ଜାଗର ଦିନ ସାରାରାତି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ସେହିଭଳି ପାକିସ୍ତାନରେ ମଧ୍ୟ ଶିବରାତ୍ରୀ ପାଳନ କରାଯାଇଥାଏ ।