କୋରାପୁଟ ପଟାଙ୍ଗୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ଧକ୍କା ଦେଲା ଟ୍ୟାଙ୍କର । ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କରକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଛି । ୨୬ନଂ ଜାତୀୟ ରାଜପଥ ପୁଙ୍ଗାର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଜୟପୁରରୁ ବିଶାଖାପାଟଣା ଯାଉଥିବା ସମୟରେ ଦୁର୍ଘଟଣା ହୋଇଛି । ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ବେଳେ ଜୟପୁରରୁ ଏକ କାରରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ ବାପା, ମା ଓ ଛୁଆ ବିଶାଖାପାଟଣା ଅଭିମୁଖେ ଯାଉଥିଲେ । ଅପରପକ୍ଷରେ ଏକ ଟ୍ୟାଙ୍କର ବିଶାଖାପାଟଣାରୁ ଦାମନଯୋଡ଼ି ଅଭିମୁଖେ ଆସୁଥିଲା । ଜାତୀୟ ରାଜପଥ-୨୬ର ପୁଙ୍ଗାର ଗାଁ ନିକଟରେ ଉକ୍ତ ଦୁଇଟି ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହା ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି