ଅଡୁଆରେ ଟିଏମସି ମନ୍ତ୍ରୀ ଅଖିଳ ଗିରି । ରାଷ୍ଟ୍ରପତିଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇ ଫସିଲେ ମମତାଙ୍କ ମନ୍ତ୍ରୀ । ନନ୍ଦିଗ୍ରାମରେ ଆୟୋଜିତ ଏକ ସଭାରେ ଯୋଗଦେଇ ସେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିବା ଆଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏକ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ବର୍ଷିଛନ୍ତି ବିଭିନ୍ନ ରାଜନୈତିକ ଦଳ । ସର୍ବସାଧାରଣ ସଭାରେ ମନ୍ତ୍ରୀ ଜଣଙ୍କୁ ପଚାରିଛନ୍ତି ଆମ ରାଷ୍ଟ୍ରପତି ଦେଖିବାକୁ କେମିତି ? ମନ୍ତ୍ରୀଙ୍କ ଟିପ୍ପଣୀ ପରେ ତାଙ୍କୁ ସମାଲୋଚନା କରିବା ସହ ଘଟଣାକୁ ଘୋର ନିନ୍ଦା କରାଯାଇଛି । ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ମନ୍ତ୍ରୀ ଅଖିଳ ଗିରିଙ୍କୁ ସମାଲୋଚନା କରିଛନ୍ତି । ସେହିପରି ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର ମଧ୍ୟ ତାଙ୍କ ଇସ୍ତଫା ଦାବି କରିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ