ଆଜି ଦୁବାଇରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ । ଆରମ୍ଭ ହେବ ମଧ୍ୟପ୍ରାଚ୍ୟରୁ ନିବେଶର ନୂଆ ଅଧ୍ୟାୟ । ଇନଭେଷ୍ଟରଙ୍କୁ ଓଡ଼ିଶା ଆମନ୍ତ୍ରଣ ପାଇଁ ନିଜେ ଫେସ୍ ଟୁ ଫେସ୍ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁବାଇରୁ ପେଟ୍ରାକେମିକାଲ, ପେଟ୍ରୋଲିୟମ, ଆପାରେଲ, ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଟିମ୍ ଓଡ଼ିଶା ଆଶା ରଖିଛି । ତେବେ କନକ୍ଲେଭ୍ ପୂର୍ବରୁ ହିଁ ଦୁବାଇରେ ନବୀନଙ୍କ କ୍ରେଜ୍ ଦେଖିବାକୁ ମିଳିଛି । ରାଜରାସ୍ତାରେ ବଡ଼ ବଡ଼ ହୋର୍ଡିଂ ଲାଗି ଥିବାବେଳେ ସବୁଠି ଉତ୍କଣ୍ଠା ଲାଗିଛି । ମିଡ୍ଲ ଇଷ୍ଟ ପୁଞ୍ଜିପତିଙ୍କଠାରୁ ଆରମ୍ଭ କରି ପ୍ରବାସୀ ଓଡ଼ିଆ, ସମସ୍ତଙ୍କ ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନକୁ । ସାରଜାରେ ଫିଲ୍ଡ ଭିଜିଟ୍ ପରେ ଦୁବାଇରେ ଏକାଠି ହୋଇଛନ୍ତି ଓଡ଼ିଆ ଶିଳ୍ପପତି । କନକ୍ଲେଭରେ ସେଠାରେ ରହୁଥିବା ଓଡ଼ିଆଙ୍କ ସମସ୍ୟା ସହ ଓଡ଼ିଶାର କଳା ସଂସ୍କୃତି ବିକାଶରେ ସେମାନଙ୍କ ପ୍ରତ୍ୟକ୍ଷ ଭାଗିଦାରୀ ସଂପର୍କରେ ବି ଚର୍ଚ୍ଚା ହେବ ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା