ମଧ୍ୟପ୍ରଦେଶର ସିଧିରେ ଚୁରହଟ-ରିବା ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ତିନି ବସ୍ କୁ ଧକ୍କା ଦେଇଥିଲା । ୩ ବସ୍ ରାଜପଥରେ ଟିଫିନ କରିବା ପାଇଁ ଅଟକିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁଇଟି ବସ୍ ୧୦ ଫୁଟ ଗଭୀର ଖାଇକୁ ଖସିପଡ଼ିଥିଲା । ସେହିପରି ଏକ ବସ ରାଜପଥରେ ହିଁ ଓଲଟି ପଡ଼ିଥିଲା । ସିମେଣ୍ଟ ବୋଝେଇ ଟ୍ରକ୍ ଧକ୍କା ଦେବା ପରେ ପଲଟି ଯାଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ୫୦ ଜଣ ଆହତ ହୋଇଛନ୍ତି । ଏଥିମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତକଙ୍କ ମଧ୍ୟରୁ ୮ ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଟ୍ରକ୍ ଟାୟାର ଫାଟିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏପର୍ଯ୍ୟନ୍ତ ସୁଦ୍ଧା ୭ ମୃତକଙ୍କ ଚିହ୍ନଟ ହୋଇପାରିଛି । ଏହି ୩ ବସ୍ ସତନାରେ ଆୟୋଜିତ କୋଲ ସମାଜର ମହାକୁମ୍ଭରେ ସାମିଲ ହେବା ପରେ ସିଧିକୁ ଫେରୁଥିଲା । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ, ଗୁରୁତର ଆହତଙ୍କୁ ୨ ଲକ୍ଷ ଲେଖାଏଁ ଟଙ୍କା ଏବଂ ସାଧାରଣ ଆହତଙ୍କୁ ୧ ଲକ୍ଷ ଲେଖାଏଁ ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍