ବିଶ୍ୱ ଦେଖୁଛି ଓଡ଼ିଶାର ଦକ୍ଷତା । କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ସ୍କିଲ କନକ୍ଲେଭ ୨୦୨୩ । ଆଜି ଦ୍ୱିତୀୟ ଦିନରେ ଭୁବନେଶ୍ୱର ମଧୁସୂଦନ ମାର୍ଗରେ ଦକ୍ଷତା ବିକାଶ ଉପରେ ପଥପ୍ରାନ୍ତ ଉତ୍ସବ ଅନୁଷ୍ଠିତ ହେଉଛି । ଏହା ସହିତ କଳିଙ୍ଗ ଷ୍ଟାଡିୟମରେ ଷ୍ଟାର୍ଟଅପ୍ ଓ ବିଭିନ୍ନ ଦକ୍ଷତା ବିକାଶ ଉପରେ ପ୍ରଦର୍ଶନୀ ଷ୍ଟଲ୍ ଏବଂ ଓଡ଼ିଆ ପିଲାଙ୍କ ନୂଆ ଉଦ୍ଭାବନ ନେଇ ପ୍ରଦର୍ଶନୀ କରାଯିବ । ଓଡ଼ିଶାର ଏହି ଦକ୍ଷତା ମହାକୁମ୍ଭ ଏବେ ଅନ୍ୟ ରାଜ୍ୟ ପାଇଁ ପାଲଟିଛି ଉଦାହରଣ । ଏହି ମହାପର୍ବରେ ଗ୍ଲୋବାଲ ପାର୍ଟନର ଭାବେ ଓଡ଼ିଶା ସହ ପାଦରେ ପାଦ ମିଳାଇଛି ସିଙ୍ଗାପୁର ITEES । ଗତକାଲି ଉଦଘାଟନୀ ଉତ୍ସବରେ ଯୋଗଦେଇ ଦେଶର ଆର୍ଥିକ ବିକାଶ ପାଇଁ ଦକ୍ଷତାର ବିକାଶ ଅପରିହାର୍ଯ୍ୟ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା