ଦିଲ୍ଲୀରେ କ୍ଷମତାସୀନ ଆପ୍ ର ନୂଆ ଅବକାରୀ ନୀତିକୁ ନେଇ ମତଭେଦ । ମୁଖ୍ୟମନ୍ତ୍ରୀ ଓ ଉପ-ରାଜ୍ୟପାଳଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଛି । ଏନେଇ ରାଜ୍ୟ ବିଜେପି ପକ୍ଷରୁ ରାଜରାସ୍ତାରେ ବିକ୍ଷୋଭ କରାଯିବା ସହ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ଆଗରେ ବି ବିକ୍ଷୋଭ କରାଯାଇଥିଲା । ଏସବୁ ଭିତରେ ନୂଆ ଅବକାରୀ ନୀତିକୁ ନେଇ ସିବିଆଇ ଯାଞ୍ଚ୍ କରାଯାଉ ବୋଲି ଦିଲ୍ଲୀ ଉପ-ରାଜ୍ୟପାଳ ପରାମର୍ଶ ଦେଇଥିଲେ । ତେବେ ଏସବୁ ଭିତରେ ଦିଲ୍ଲୀରେ ମଦର ଖୁଚୁରା ବିକ୍ରି ନେଇ ପୁରୁଣା ଅବକାରୀ ନୀତି ଲାଗୁ ହେବ ବୋଲି ଆଜି ଘୋଷଣା କରିଛନ୍ତି ମନୀଷ ସିସୋଦିଆ । ଏହା ଆସନ୍ତା ସୋମବାର ଠାରୁ ଲାଗୁ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ