ପୁଣି ଥରେ ଅଶାନ୍ତ ହୋଇପଡିଛି ମଣିପୁର । ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ଶୁକ୍ରବାର ରାତିରେ ମୈତେଇ ସମ୍ପ୍ରଦାୟର ୩ ଜଣଙ୍କୁ ହତ୍ୟା କରାଯାଇଛି । ହତ୍ୟା କରାଯାଇଥିବା ୩ ଜଣଙ୍କ ମଧ୍ୟରେ ଦୁଇଜଣ ବାପ-ପୁଅ ଥିବା ସୂଚନା ରହିଛି । ସେହିପରି କୁକି ସମୁଦାୟର ଲୋକଙ୍କ ଘରକୁ ନିଆଁ ଲଗାଇ ଦେଇଛନ୍ତି ଉପଦ୍ରବକାରୀ । ସୂଚନା ଅନୁସାରେ, କିଛି ଲୋକ ସମ୍ବେଦନଶୀଳ ଅଂଚଳ ପାର କରି ମୈତେଇ ରହୁଥିବା ଅଂଚଳରେ ପ୍ରବେଶ କରି ଗୁଳିମାଡ଼ କରିଥିଲେ । ବିଷ୍ଣୁପୁର କୱକଟାରେ ଦୁଇ କିଲୋମିଟର ପର୍ଯ୍ୟନ୍ତ ସମ୍ବେଦନଶୀଳ ଅଂଚଳ ପ୍ରସ୍ତୁତ କରିଛି ଭାରତୀୟ ସେନା । ତେବେ ଗୁରୁବାର ସଂଧ୍ୟାରେ ମଧ୍ୟ ବିଷ୍ଣୁପୁର ଜିଲ୍ଲାରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଲୁହବୁହା ଗ୍ୟାସ ସ୍ପ୍ରେ ଓ ଗୁଳିଚାଳନା କରିଥିଲେ ସୁରକ୍ଷାକର୍ମୀ । ଦୁବୁର୍ତମାନେ ଅସ୍ତ୍ରାଗାରରେ ପଶି ୨୯୮ ରାଇଫଲ, ୧୬ ପିସ୍ତଲ, ୨୫ ବୁଲେଟ ଫ୍ରୁପ୍ ଜ୍ୟାକେଟ୍, ୧୨୪ ଗ୍ରେନେଡ଼ ଆଦି ବହୁ ଅସ୍ତ୍ର ସମେତ ୧୯ ହଜାରୁ ଅଧିକ ଗୁଳି ଲୁଟି ନେଇଛନ୍ତି । ବିଷ୍ଣୁପୁର ଜିଲ୍ଲାରେ ଥିବା ଦ୍ୱିତୀୟ ଇଣ୍ଡିଆ ରିଜର୍ଭ ବାଟାଲିୟନ ବା “ଆଇଆରବି”ର ମୁଖ୍ୟାଳୟରେ ଏହି ଘଟଣାରେ ଘଟିଛି । ତେବେ ଅନ୍ୟ କିଛି ସ୍ଥାନରେ ଆକ୍ରମଣ କରି ଅସ୍ତ୍ର ଲୁଟିବାକୁ ଚେଷ୍ଟା କରିଥିବାବେଳେ ବିଫଳ ହୋଇଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍