ଭାଇରାଲ ହେଲା ଆଉ ଏକ ଭୟାନକ ଭିଡିଓ । ବାଡ଼ ଉପରେ ଝୁଲୁଛି କଟା ମୁଣ୍ଡ । ମଣିପୁର ବିଷ୍ଣୁପୁର ଜିଲ୍ଲାରୁ ଆଉ ଏକ ଲୋମଟାଙ୍କୁରା ଭିଡିଓ ସାମନାକୁ ଆସିଛି । ଏଥିରେ ଜଣେ ବ୍ୟକ୍ତିଙ୍କ କଟା ମୁଣ୍ଡ ବାଉଁଶ ତିଆରି ବାଡରେ ଝୁଲାଯାଇଥିବା ଦେଖିବାକୁ ମିଳିଛି । କୁହାଯାଉଛି ଏହି କଟା ମୁଣ୍ଡ ଡେଭିଡ୍ ଥିକ୍ ନାମକ ଯୁବକର, ଯାହାକୁ ଜୁଲାଇ ୨ରେ ହିଂସା ସମୟରେ ହତ୍ୟା କରାଯାଇଥିଲା । ଏହି ହିଂସାରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା । ମଣିପୁରରୁ ଗୋଟିଏ ପରେ ଗୋଟିଏ ଭୟାନକ ଭିଡିଓ ସାମନାକୁ ଆସୁଛି । ଏହା ପୂର୍ବରୁ କୁକି ସମ୍ପ୍ରଦାୟର ଦୁଇ ମହିଳାଙ୍କୁ ବିବସ୍ତ୍ର କରି ବିଚ୍ ରାସ୍ତାରେ ଚଲାଇ ଚଲାଇ ମାଡ ମାରି ନେଉଥିବା ଭିଡିଓ ଭାଇରାଲ ହୋଇଥିଲା, ଯାହାକୁ ନେଇ ଏବେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ତା ପରେ ପରେ କଟାମୁଣ୍ଡର ଏହି ଭିଡିଓ ସମସ୍ତଙ୍କୁ ସ୍ତବ୍ଧ କରିଛି । ତେବେ ମେ ୩ତାରିଖରେ କୁକି ସମ୍ପ୍ରଦାୟ ପକ୍ଷରୁ ‘ଆଦିବାସୀ ଏକତା ମାର୍ଚ୍ଚ’ ସମୟରେ ହିଂସା ସୃଷ୍ଟି ହୋଇଥିଲା । ଏହି ସମୟରେ କୁକି ଓ ମୈତେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା । ସେବେଠାରୁ ଆଜିଯାଏଁ ମଣିପୁରରେ ହିଂସା ଥମିବାର ନାଁ ନେଉନି । ଏବେଯାଏଁ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ବାସହରା ହୋଇଯାଇଛନ୍ତି ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ