ମଝି ଆକାଶରେ ଦୋହଲିଲା ବିମାନ । ଲ୍ୟାଣ୍ଡିଂର ଅଧଘଣ୍ଟା ପୂର୍ବରୁ ବିମାନ ଦୋହଲିବା ଯୋଗୁ ୩୬ ଯାତ୍ରୀ ଆହତ ହୋଇଛନ୍ତି । ଫିନିକ୍ସରୁ ହନଲୁଲୁ ଯାଉଥିବା ହୱାଇୟାନ ବିମାନରେ ଦୁର୍ଘଟଣା । ହଠାତ ପାଣିପାଗ ପରିବର୍ତ୍ତନ ଯୋଗୁ ଓ ପ୍ରବଳ ପବନ ଯୋଗୁଁ ହୱାଇୟାନ୍ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଦୋହଲି ଯାଇଛି । ଏଥିରେ ୩୬ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ୨୦ ଜଣଙ୍କୁ ଏମରେଜନ୍ସି ଚିକିତ୍ସା ପାଇଁ ହନଲୁଲୁ ମେଡିକାଲ ସର୍ଭିସେସ୍କୁ ପଠାଯାଇଛି । ଆହତ ଯାତ୍ରୀଙ୍କ ମଧ୍ୟରେ ଜଣେ ୧୧ ମାସର ଛୋଟ ଶିଶୁ ମଧ୍ୟ ଅଛି । ସାମାନ୍ୟ ଆଘାତ ଲାଗିଥିବା ଯାତ୍ରୀ ଓ ଚାଳକ ଟିମ୍ର ସଦସ୍ୟଙ୍କୁ ଚିକିତ୍ସା କରାଯାଇଛି । ଆଉ କିଛି ଯାତ୍ରୀଙ୍କୁ ତତ୍କାଳ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହନଲୁଲୁ ଏମର୍ଜେନ୍ସି ମେଡିକାଲ୍ ସର୍ଭିସେସ୍ କହିଛି ଯେ, ଭର୍ତ୍ତି ହୋଇଥିବା ଯାତ୍ରୀମାନଙ୍କ ମୁଣ୍ଡରେ ସାଙ୍ଘାତିକ ଆଘାତ ଲାଗିଛି । କେତେକଙ୍କ ଦେହ ହାତ ଖଣ୍ଡିଆଖାବରା ହେବା ସହ ଛେଚିଛାଚି ହୋଇଯାଇଛି। ଆଉ କେତେ ଜଣ ଅଚେତ ହୋଇଯାଇଛନ୍ତି।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ