ଚୀନରେ ଆତଙ୍କ ଖେଳାଇଛି ନିମୋନିଆ । ଏଥିପାଇଁ ଆକ୍ସନରେ କେନ୍ଦ୍ର ସରକାର । ସବୁ ରାଜ୍ୟ ହସପିଟାଲଗୁଡିକ ପ୍ରସ୍ତୁତି ଉପରେ ସମୀକ୍ଷା କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, ଏ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ । ଏଥିପାଇଁ କେନ୍ଦ୍ର ସରକାର ପୁରା ପ୍ରସ୍ତୁତ ହୋଇ ରହିଛନ୍ତି । ରାଜ୍ୟଗୁଡିକ ମଧ୍ୟ ଏ ବାବଦରେ ଆବଶ୍ୟକ ସମୀକ୍ଷା କରନ୍ତୁ । ଚୀନର ସ୍କୁଲଗୁଡିକରେ ରହସ୍ୟମୟ ନିମୋନିଆ ବ।।ପିଛି । ହଜାର ହଜାର ପିଲା ଅସୁସ୍ଥ ହୋଇପଡିଛନ୍ତି । ଏହା ବିଶ୍ୱ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି । ଏହି ମହମାରୀର କେନ୍ଦ୍ର ସ୍ଥଳ ବେଜିଂ ବୋଲି ଜଣାପଡିଛି । ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଅସୁସ୍ଥ ହୋଇପଡିଥିବାରୁ ଅନେକ ସ୍କୁଲରେ ପାଠପଢା ବନ୍ଦ ରହିଛି । ଚୀନରେ ଏହି ରୋଗରେ ଦିନକୁ ୭ ହଜାରରୁ ଅଧିକ ଶିଶୁ ଡାକ୍ତରଖାନାରେ ଭର୍ତି ହେଉଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ