- ନିର୍ବାଚନ ପରେ ଏବେ ଭୋଟ୍ ଗଣତିକୁ ଅପେକ୍ଷା । କଡା ସୁରକ୍ଷା ମଧ୍ୟରେ ଗତକାଲି ସରିଛି ଧାମନଗର ଉପନିର୍ବାଚନ । ମୋଟ ୬୬. ୬୩ ପ୍ରତିଶତ ଭୋଟିଂ ହୋଇଛି । ଇଭିଏମରେ ସିଲ୍ ହୋଇଯାଇଛି ୫ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ । ସକାଳ ୭ଟାରେ ମତଦାନ ଆରମ୍ଭ ହୋଇ ୬ଟା ପର୍ଯ୍ୟନ୍ତ ଚାଲିଥିଲା । କିଛି ବୁଥରେ ଇଭିଏମ ଅଚଳ ହେବା ଯୋଗୁଁ ରାତି ପର୍ଯ୍ୟନ୍ତ ମତଦାନ ହୋଇଥିବା ସୂଚନା ରହିଛି । ତେବେ କିଏ ବାଜି ମାରୁଛି ତାହା ୬ ତାରିଖ ଭୋଟ ଗଣତି ପରେ ଜଣାପଡ଼ିବ ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି