ଆଜି ଭୁବନେଶ୍ବର ମାର୍କେଟ ବିଲ୍ଡିଂରୁ ହଟିବ ବେଆଇନ ଦୋକାନ । ଏନେଇ ୧୦୦ଟି ଦୋକାନ ଚିହ୍ନଟ କରିଛି ବିଏମସି ଉଚ୍ଛେଦକାରୀ ଟିମ୍ । ଆଜି ଏହି ସବୁ ଦେକାନକୁ ଉଚ୍ଛେଦ କରାଯିବା ନେଇ ଗତକାଲି ମାଇକ ଜାରିଆରେ ପ୍ରଚାର କରାଯାଇଥିଲା । ସ୍ବଚ୍ଛତା ନିୟମ ନ ମାନିବାରୁ ଗୋଟିଏ ଦୋକାନକୁ ସିଲ୍ କରିବା ସହ ୩ଟି ଦୋକାନରୁ ୧୫ ହଜାର ଟଙ୍କା ଫାଇନ୍ ଆଦାୟ କରିଛି ବିଏମସି । ଏନେଇ ମାର୍କେଟ ବିଲ୍ଡିଂ ଅଞ୍ଚଳରୁ ବେଆଇନ ଉଠା ଦୋକାନକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହାସହ ସରକାରୀ କ୍ବାର୍ଟର୍ସ ଆଗରେ ଜବରଦଖଲ ଦୋକାନକୁ ମଧ୍ୟ ଭଙ୍ଗାଯିବା ପାଇଁ ନିଷ୍ପତ୍ତି ହୋଇଛି । ସ୍ବଚ୍ଛତା ଉଲଙ୍ଘନ ପାଇଁ ଜିରୋ ଟଲରାନ୍ସ ନୀତି ଆପଣେଇଛି ବିଏମସି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ