ଆମେରିକାରେ ଭାରତୀୟ ଆଇଟି କର୍ମଚାରୀ ଏବେ ଚିନ୍ତାରେ । ଆମେରିକାର ବଡ଼ ପ୍ରଯୁକ୍ତି କଂପାନି ଗୁଗୁଲ୍, ମାଇକ୍ରୋସଫ୍ଟ, ଫେସ୍ବୁକ୍ ଓ ଆମାଜନ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବା ପରେ ବହୁ ଭାରତୀୟ ମଧ୍ୟ ଚାକିରି ହରାଇଛନ୍ତି। ଆମେରିକାରେ ରହିବାକୁ ହେଲେ ସେମାନଙ୍କୁ ୬୦ ଦିନରେ ନୂଆ ଚାକିରି ଯୋଗାଡ଼ କରିବାକୁ ପଡ଼ିବ। ନୂଆ ଚାକିରି ନମିଳିଲେ ଭିସା ଅବଧି ଶେଷ ହେବାର ୧୦ ଦିନ ଭିତରେ ସେମାନଙ୍କୁ ଆମେରିକା ଛାଡ଼ିବାକୁ ପଡ଼ିବ। ଯେତେବେଳେ ସବୁ କଂପାନି ସେମାନଙ୍କ ଶହ ଶହ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି ସେହି ସମୟରେ ନୂଆ ଚାକିରି ଯୋଗାଡ଼ କରିବା ଏକ ପ୍ରକାର ଅସମ୍ଭବ ବ୍ୟାପାରରେ ପରିଣତ ହୋଇଛି। ଭାରତୀୟ ଆଇଟି କର୍ମଚାରୀଙ୍କ ଆମେରିକା ସ୍ବପ୍ନ ଏବେ ଦୁଃସ୍ବପ୍ନରେ ପରିଣତ ହୋଇଛି ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ