The Topmost

“The eyes believe themselves, the ears believe other people.”

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ

() ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନାଦୀ ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଏକକାଳୀନ ୫ଟି ସ୍ଥାନ ବ୍ରହ୍ମପୁର, ବାଲେଶ୍ୱର ଓ ଭୁବନେଶ୍ୱରରେ ଟାଲିଛି ଭିଜିଲାନ୍ସ ରେଡ୍ । ଏହାସହ ଗଞ୍ଜାମ ଛତ୍ରପୁରର ୨ଟି ସ୍ଥାନରେ ମଧ୍ୟ ଚାଲିଛି ଚଢ଼ାଉ । ଚଢ଼ାଉରେ ୪ଜଣ ଡିଏସପି, ୮ ଜଣ ଇନସ୍ପେକ୍ଟର ସାମିଲ ଅଛନ୍ତି । ତେବେ ପୂର୍ବରୁ ଅନାଦୀ ଚରଣ ଗଜପତିର ଯୋଗାଣ ଅଧିକାରୀ ଥିଲେ । ଏବେ ହେଡକ୍ବାର୍ଟରରେ କାର୍ଯ୍ୟରତ ଅଛନ୍ତି ।