ଲଦାଖରେ ଭାରତୀୟ ସେନାର ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୯ ଜଣ ଯବାନ ସହିଦ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ଜୁନିୟର କମିଶନ୍ଡ ଅଫିସର ଅଛନ୍ତି । ଶନିବାର ଅପରାହ୍ନ ପ୍ରାୟ ୫ଟା ବେଳେ ଲେହ ଠାରୁ ୧୫୦ କିଲୋମିଟର ଦୂର କିୟାରୀ ନିକଟରେ ଏହି ଘଟଣା ଘଟିଛି । ୧୦ ଜଣ ଯବାନଙ୍କୁ ନେଇ ଯାଉଥିବା ସେନାର ଏହି ଟ୍ରକ୍ ରାସ୍ତାରୁ ଖସି ନଦୀରେ ପଡ଼ି ଯାଇଥିଲା । ଏଥିରେ ୯ ଜଣ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ସେନାର ମୋଟ ୫ଟି ଗାଡ଼ି ସାଙ୍ଗ ହୋଇ ଯାଉଥିବା ବେଳେ ସେଥିରୁ ଏହି ଟ୍ରକ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେନାର ଏହି ଗାଡ଼ି ଗୁଡ଼ିକ ମୋଟ ୩୪ ଜଣ ଯବାନଙ୍କୁ ନେଇ କିୟାରୀ ଆସୁଥିଲେ । ତେବେ କିୟାରୀ ଠାରୁ ମାତ୍ର ୭ କିଲୋମିଟର ଦୂରରେ ଟ୍ରକ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ