ପୁଣି ପଣ୍ଡ ହେଲା ପାକିସ୍ତାନୀ ସେନାର ଛଳନା । ଶତ୍ରୁତାର ସମସ୍ତ ସୀମା ପାର୍ କରୁଥିବା ପାକିସ୍ତାନକୁ ପୁଣି ଥରେ ଧୂଳି ଚଟାଇଛନ୍ତି ଭାରତୀୟ ସେନା । ଏନେଇ ଜମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାରୁ ଧରାପଡ଼ିଥିବା ଆତଙ୍କୀର ବଡ଼ ଖୁଲାସା । ଭାରତୀୟ ପୋଷ୍ଟରେ ହମଲା କରିବା ପାଇଁ ପାକିସ୍ତାନ ସେନାର କର୍ଣ୍ଣେଲ ୟୁନୁସ ତାକୁ ୩୦ହଜାର ଟଙ୍କା ଦେଇଥିବା କହିଛି ଗିରଫ ଆତଙ୍କୀ । ପାକିସ୍ତାନକୁ ଲାଗି ରହିଥିବା ଅନ୍ତର୍ଜାତୀୟ ସୀମାରେ ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ ଯୋଜନାରେ ଆସିଥିଲେ ଆତଙ୍କାବାଦୀ । ତବାରକ ହୁସେନ୍ ନାମକ ଏହି ଆତଙ୍କବାଦୀକୁ ଗିରଫ କରିଥିଲା ଭାରତୀୟ ସେନା । ଗିରଫ ପରେ ତାକୁ ଜେରା କରାଯାଇଥିଲା । ଜେରା ବେଳେ ସେ କହିଛି ଯେ ସେମାନେ ମୋଟ ୪-୫ ଜଣ ଥିଲେ । ପାକିସ୍ତାନ ସେନାର କର୍ଣ୍ଣେଲ ୟୁନୁସ ତାକୁ ପଠାଇଥିଲେ । ସେ ତାକୁ ୩୦ହଜାର ଟଙ୍କା ମଧ୍ୟ ଦେଇଥିଲା । ଭାରତୀୟ ସେନାର ଗୋଟିଏ ଦୁଇଟି ପୋଷ୍ଟରେ ଆକ୍ରମଣ କରିବା ପାଇଁ କୁହାଯାଇଥିଲା ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ