ଭାରତୀୟ କ୍ଷେପଣାସ୍ତ୍ରକୁ ଡରିବ ବିଶ୍ୱ । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଏହି ମିଜାଇଲର ରେଂଜ ରହିଛି ୫ହଜାର କିଲୋମିଟର । ହେଲେ ଏଥିରେ କିଛି ପରିବର୍ତନ କରାଯାଇ ଲକ୍ଷ୍ୟଭେଦ କ୍ଷମତାକୁ ୭ ହଜାର କିଲୋମିଟର କରାଯାଇପାରିବ ବୋଲି ଡିଆରଡିଓ ସୂଚନା ଦେଇଛି । ଏହାଦ୍ୱାରା ଚାନ୍ଦିପୁରରୁ ଚୀନର ବଡ ବଡ ସହରକୁ ଟାର୍ଗେଟ କରି ପାରିବ ଏହି ମିଜାଇଲ୍ । ଡିସେମ୍ବର ୧୫ ତାରିଖରେ ଭଦ୍ରକ ଅବଦୁଲ କଲାମ ଦ୍ୱୀପରୁ ସଫଳତାର ସହ ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଥିଲା । ଆଉ ଏହାର ଠିକ ଦୁଇ ଦିନ ପରେ ଭାରତର ଏହି ଶକ୍ତିଶାଳୀ କ୍ଷେପଣାସ୍ତ୍ରର ରେଂଜ ବଢାଇ ହେବ ବୋଲି ସୂଚନା ଦେଇଛି ଡିଆରଡିଓ । ଆଉ ଯଦି ଅଗ୍ନି-୫ର ରେଂଜକୁ ୭ ହଜାର କିମି କରାଯାଏ, ତେବେ ଏହାର ରେଂଜରେ ପଡୋଶୀ ପାକିସ୍ତାନ, ଚୀନ ସମେତ ପୁରା ଏସିଆ ଆସିଯିବ । ଏହାଛଡା ୟୁରୋପର ଅଧା ଅଂଚଳ ଓ ଆଫ୍ରିକାର କିଛି ଦେଶ ମଧ୍ୟ ଅଗ୍ନି-୫ କ୍ଷେପଣାସ୍ତ୍ରର ରେଂଜରେ ଆସିବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ