The Topmost

“The eyes believe themselves, the ears believe other people.”

ଭାରତୀୟ କୁସ୍ତି ମହାସଂଘ ସଦସ୍ୟତା ନିଲମ୍ବିତ

କୁସ୍ତି ପ୍ରେମୀଙ୍କୁ ଝଟକା । ଭାରତୀୟ କୁସ୍ତି ମହାସଂଘ ସଦସ୍ୟତାକୁ ନିଲମ୍ବନ କଲା UWW । ପୂର୍ବରୁ ଭାରତୀୟ କୁସ୍ତି ମହାସଂଘର ନିର୍ବାଚନରେ ବିଳମ୍ବ ଯୋଗୁଁ ନୋଟିସ୍ ଦେଇଥିବାବେଳେ ଏବେ ଏହାର ସଦସ୍ୟତାକୁ ନିଲମ୍ବନ କରିଛି ।  ଭାରତୀୟ ମହିଳା କୁସ୍ତି ଖେଳାଳିମାନେ ବ୍ରିଜଭୂଷଣ ଶରଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିବା  ପରେ ଭାରତୀୟ କୁସ୍ତି ମହାସଂଘର ପଦାଧିକାରୀଙ୍କୁ ସସପେଣ୍ଡ କରି ଏକ ସ୍ୱତନ୍ତ୍ର ଗଠନ କରାଯାଇଥିଲା । କୁସ୍ତି ମହାସଂଘର ନୂଆ ନିର୍ବାଚନ ପାଇଁ ଜମ୍ମୁ-କାଶ୍ମୀର ହାଇକୋର୍ଟର ପୂର୍ବ ବିଚାରପତି ଏମ କୁମାରଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିଲା ।

SHARE BY