ଉଜବେକିସ୍ଥାନରେ ଭାରତୀୟ କାଶ ସିରପ୍ କୁ ନା । ‘ମାରିଅନ୍ ବାୟୋଟେକ୍’ ଦ୍ବାରା ନିର୍ମିତ ୨ଟି କାଶ ସିରପ୍ ଉଜ୍ବେକିସ୍ତାନ୍ ପିଲାମାନଙ୍କୁ ନଦେବାକୁ ‘ହୁ’ ର ପରାମର୍ଶ । ଏ ଦୁଇଟି ଔଷଧ ହେଉଛି ‘ଆମ୍ବ୍ରୋନଲ୍’ ଓ ‘ଡିଓକେ-୧’ ସିରପ୍ । ଏ ଦୁଇଟି ଔଷଧର ନିର୍ମାତା ହେଉଛନ୍ତି ଉତ୍ତର ପ୍ରଦେଶରେ ଥିବା ‘ମାରିଅନ୍ ବାୟୋଟେକ୍ ପ୍ରାଇଭେଟ୍ ଲିମିଟେଡ୍’। ଏହି ଔଷଧର ନିରାପତ୍ତା ଓ ଗୁଣବତ୍ତା ନେଇ ଆଜି ପର୍ଯ୍ୟନ୍ତ ଉକ୍ତ କମ୍ପାନି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’କୁ କୌଣସି ଗ୍ୟାରେଣ୍ଟି ଦେଇନି । ବୁଧବାର ଦିନ ଜାରି କରିଥିବା ‘ମେଡିକାଲ୍ ପ୍ରଡକ୍ଟ୍’ ସତର୍କ ସୂଚନାରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ କହିଛି ‘ମାରିଅନ୍ ବାୟୋଟେକ୍’ ଦ୍ବାରା ପ୍ରସ୍ତୁତ ଉକ୍ତ ଔଷଧଗୁଡ଼ିକ ନିମ୍ନ ଧରଣର ଉତ୍ପାଦ । ଗୁଣବତ୍ତା ବା ଗାଇଡ୍ଲାଇନ୍କୁ ଆଧାର କରି ପ୍ରସ୍ତୁତ କରାଯାଇ ନ ଥିବାରୁ ଏହି ଔଷଧକୁ ଗାଇଡ୍ଲାଇନ୍ ବାହାରର ଉତ୍ପାଦ ଭାବେ ବିବେଚନା କରାଯାଉଛି ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ