The Topmost

“The eyes believe themselves, the ears believe other people.”

ଭାରତକୁ ମିଳିବ ଏସ୍-୪୦୦ର ତୃତୀୟ ରେଜିମେଣ୍ଟ୍

ଆହୁରି ଶକ୍ତିଶାଳି ହେବ ଭାରତର ସାମରିକ ଶକ୍ତି । ଭାରତକୁ ମିଳିବ ଏସ୍-୪୦୦ର ତୃତୀୟ ରେଜିମେଣ୍ଟ୍ । ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଭାରତକୁ ଋଷ ଦେବାକୁ ଯାଉଛି ଏସ୍-୪୦୦ ମିଜାଇଲ୍ ସିଷ୍ଟମର ତୃତୀୟ ରେଜିମେଣ୍ଟ୍ । ଗୋଟିଏ ରେଜିମେଣ୍ଟରେ ୮ଟି ଲଞ୍ଚର ରହିଥାଏ । ଅର୍ଥାତ୍ ୮ଟି ଲଞ୍ଚିଙ୍ଗ୍ ଟ୍ରକ୍ ଦିଆଯିବ । ଗୋଟିଏ ଟ୍ରକରେ ୪ଟି ଲଞ୍ଚର ଲାଗି ରହିଥାଏ । ଏଥିରେ ୪ଟି ଲେଖାଏଁ ମିଜାଇଲ୍ ରହିଥାଏ । ମୋଟାମୋଟି ଭାବେ ଦେଖିବାକୁ ଗଲେ ତୃତୀୟ ରେଜିମେଣ୍ଟରେ ଭାରତକୁ ମିଳିବ ୩୨ଟି ମିଜାଇଲ୍ । ଏହି ମିଜାଇଲ୍ ସିଷ୍ଟମ୍ ଭାରତକୁ ମିଳିଲେ ଆହୁରି ଶକ୍ତିଶାଳି ହୋଇଯିବ ଭାରତର ସାମରିକ ଶକ୍ତି । ସୀମାରେ ଆହୁରି ମଜଭୁତ ହୋଇଯିବ ସାମରିକ ଶକ୍ତି ।