ଆଜିଠୁ କଂଗ୍ରେସର ଭାରତ ଯୋଡ଼ ଅଭିଯାନ । ସାମାଜିକ ନ୍ୟାୟ, ସାମ୍ବିଧାନିକ ବିଧିବ୍ୟବସ୍ଥା ପ୍ରତି ଏକ ଗୁରୁତର ଆହ୍ୱାନ ସୃଷ୍ଟି ହୋଇଛି । ଜାତି, ଭାଷା, ଧର୍ମ ଓ ଖାଦ୍ୟ ଆଧାରରେ ଲୋକଙ୍କ ଭିତରେ ବିଭେଦ ସୃଷ୍ଟି ହେଉଛି । ଏନେଇ ସମଗ୍ର ଦେଶକୁ ଯୋଡ଼ିବା ପାଇଁ ଆଜିଠୁ ଭାରତ ଯୋଡ଼ ଅଭିଯାନ କରିବ କଂଗ୍ରେସ । ଦରଦାମ ବୃଦ୍ଧି, ବେକାରୀ ସମସ୍ୟାରେ ଘାଇଲା ଜନତା । ବିଭିନ୍ନ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ । ଲୋକଙ୍କୁ ସଚେତନ କରାଇବା ସହ ସମସ୍ୟା ଶୁଣିବ ଦଳ । କନ୍ୟାକୁମାରୀରୁ ଏହି ଅଭିଯାନ ଆରମ୍ଭ କରିବେ ରାହୁଲ ଗାନ୍ଧୀ । ବଡ଼ ଜନ ସଂପର୍କ ପଦଯାତ୍ରାରେ ବାହାରି ଲୋକଙ୍କ ନିକଟରେ ପହଞ୍ଚିବ ଦଳ । ୧୨ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳ ଦେଇ ପଦଯାତ୍ରା ଯିବ । ୧୫୦ ଦିନର ପଦଯାତ୍ରାରେ ପ୍ରାୟ ୩୫୦୦ କିଲୋମିଟର ଅତିକ୍ରମ କରାଯିବ । ପଦଯାତ୍ରାରେ ୩୦ ପ୍ରତିଶତ ମହିଳା ସାମିଲ ହେବେ । ଏହି ପଦଯାତ୍ରା ଭାରତ ଯୋଡ଼ ଡଟ୍ ଇନ୍ ଓ୍ବେବସାଇଟରେ live telecast ହେବ ।
More Stories
ସବୁ ସ୍କୁଲରେ ଖୋଲିବ ଶିଶୁ ବାଟିକା
ଭିତିରିଆ ଚାଲିଥିଲା ପାର୍ଟ ରେଜିଷ୍ଟ୍ରେସନ, ସମ୍ପୃକ୍ତ ଥିଲେ ମହିଳା କର୍ମଚାରୀ
4 ଡିଗ୍ରି ଶୀତରେ ଥରୁଛି ସାରା କନ୍ଧମାଳ