କଂଗ୍ରେସର ଭାରତ ଯୋଡ ଯାତ୍ରା ଏବେ ଦିଲ୍ଲୀରେ । ଏହାପରେ ଏହି ଯାତ୍ରା ଖୁବଶୀଘ୍ର ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତରପ୍ରଦେଶରେ ପ୍ରବେଶ କରିବ । ଏହି କ୍ରମରେ କଂଗ୍ରେସ ତରଫରୁ ଉତ୍ତର ପ୍ରଦେଶରେ ଭାରତଯୋଡ ଯାତ୍ରାରେ ସାମିଲ ହେବାକୁ ବହୁଜନ ସମାଜବାଦୀ ପାର୍ଟିର ମୁଖ୍ୟ ମାୟାବତୀ, ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଓ ରାଷ୍ଟ୍ରୀୟ ଲୋକଦଳର ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ନିମନ୍ତ୍ରଣ କରିଛି । ଏହାସହ ଓପି ରାଜଭରଙ୍କୁ ବି ନିମନ୍ତ୍ରଣ କରାଯାଇଥିବା କଥା ସୂଚନା ମିଳିଛି । ଏହା ବ୍ୟତୀତ କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ବି ଏଠାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଜାନୁଆରୀ ୩ ତାରିଖରେ ଭାରତ ଯୋଡ ଯାତ୍ରା ଉତ୍ତର ପ୍ରଦେଶରେ ପ୍ରବେଶ କରିବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ