ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ ନ୍ୟାୟ ଯାତ୍ରା ଏବେ ଆସାମରେ ଚାଲିଛି । ଆସାମର ଜମୁଗୁଡି ଠାରେ ବିଜେପି ସମର୍ଥକମାନେ ଏହି ରାଲି ଉପରକୁ ଆକ୍ରମଣ କରିବା ସହ ଗାଡି ଭାଙ୍ଗି ଦେଇଥିବା କଂଗ୍ରେସ ଅଭିଯୋଗ କରିଛି । ରାହୁଲ ଗାନ୍ଧୀଙ୍କର ଏହି ଯାତ୍ରା ଜମୁଗୁଡି ଠାରେ ପହଂଚିବା ପୂର୍ବରୁ ବିଜେପି କର୍ମୀମାନେ ଏକ ରାଲି ବାହାର କରିଥିଲେ । ଉଭୟ ରାଲି ପାଖା ପାଖି ଯାଉଥିବା ବେଳେ ବିଜେପି କର୍ମୀମାନେ କଂଗ୍ରେସ ରାଲି ଉପରକୁ ଢେଲା ପଥର ମାଡ କରିଥିଲେ । ଏଥିରେ କଂଗ୍ରେସ ରାଲିରେ ଥିବା କିଛି ଗାଡି ଭାଙ୍ଗିଯିବା ସହ କିଛି କର୍ମୀ ଆହାତ ହୋଇଛନ୍ତି । କଂଗ୍ରେସ ଅଭିଯୋଗ କରିଛି କି, ବିଜେପି କର୍ମୀମାନେ କଂଗ୍ରେସ ନେତା ଜୟରାମ ରମେଶଙ୍କ ଗାଡି ଉପରକୁ ଆକ୍ରମଣ କରିବା ସହ ଯାତ୍ରାରେ ସାମିଲ କ୍ୟାମେରା ମ୍ୟାନଙ୍କ ସହ ବିଜେପି କର୍ମୀମାନେ ମାଡପିଟ୍ କରିଛନ୍ତି ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ