ଭାରତ-ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ

ଗଲଓ୍ଵାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ଭାରତ-ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ । ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଲି ସାଙ୍ଗଫୁ ଗୁରୁବାର ପ୍ରଥମ ଥର ପାଇଁ ଦିଲ୍ଲୀରେ ତାଙ୍କ ଭାରତୀୟ ପ୍ରତିପକ୍ଷ ରାଜନାଥ ସିଂହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଚୀନ୍‌ ଘୋଷଣା କରିଛି ଯେ ଏହାର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଲି ସାଙ୍ଗଫୁ ଏସସିଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବା ପାଇଁ ଭାରତ ଗସ୍ତରେ ଆସିଛନ୍ତି ଏବଂ ଏହି ସମୟରେ ସେ ପୂର୍ବ ଲଦାଖରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ପାଇଁ ତାଙ୍କ ଭାରତୀୟ ପ୍ରତିପକ୍ଷ ରାଜନାଥ ସିଂହଙ୍କ ସହ ଆଲୋଚନା କରିବେ। ଏପ୍ରିଲ ୨୭ ଓ ୨୮ରେ ନୂଆଦିଲ୍ଲୀଠାରେ ସଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ବୈଠକ ଅନୁ‌ଷ୍ଠିତ ହୋଇଥିଲା । ତେବେ ଚଳିତ ମାସରେ ଭାରତ ଏସ୍‌ସିଓ ବିଦେଶ ମନ୍ତ୍ରୀମାନଙ୍କ ବୈଠକ ଆୟୋଜନ ହେଉଛି । ଏସ୍‌ସିଓ ଶିଖର ସମ୍ମଳିନୀ ଆସନ୍ତା ଜୁଲାଇ ମାସରେ ଅନୁଷ୍ଠିତ ହେବ ଏବଂ ଭାରତ ଏହାର ଆୟୋଜନ କରିବ । ୨୦୧୭ରୁ ଏସ୍‌ସିଓରେ ଯୋଗ ଦେଇଥିବା ଭାରତ ପ୍ରଥମ ଥର ପାଇଁ ଏହି ସମ୍ମିଳନୀ ଆୟୋଜନ କରିବାର ସୁଯୋଗ ପାଇଛି।  ଏସିଓରେ ସମୁଦାୟ ୮ଟି ଦେଶ ସଦସ୍ୟ ଅଛନ୍ତି । ସେମାନେ ହେଉଛନ୍ତି- ଭାରତ, ଚୀନ୍, କାଜାଖସ୍ତାନ, କିରଗିଜସ୍ତାନ, ପାକିସ୍ତାନ, ରୁଷ୍, ତାଜିକିସ୍ତାନ ଓ ଉଜବେକିସ୍ତାନ ।

SHARE BY