ଭାରତରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ପ୍ରତିରକ୍ଷା ଓ ନିରାପତ୍ତା, ବାଣିଜ୍ୟ ଓ ବିନିଯୋଗ ଏବଂ ଉଚ୍ଚ ପ୍ରଯୁକ୍ତି ସମେତ ଅନେକ କ୍ଷେତ୍ରରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ପାଇଁ କିଶିଦାଙ୍କ ଏହି ଗସ୍ତ ବୋଲି ସୂଚନା ରହିଛି । ‘ଜି୨୦’ରେ ଭାରତର ଅଧ୍ୟକ୍ଷତା ଏବଂ ‘ଜି୭’ରେ ଜାପାନର ଅଧ୍ୟକ୍ଷତାର ଗୁରୁତ୍ବ ପ୍ରସଙ୍ଗରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଆଲୋଚନା କରିବେ । ଏହଛଡ଼ା, ଗସ୍ତ ସମୟରେ ଜାପାନୀ ପ୍ରଧାନମନ୍ତ୍ରୀ ଅବାଧ ଓ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନିମନ୍ତେ ତାଙ୍କ ଯୋଜନା କଥା କହିପାରନ୍ତି । ସେ ଅଞ୍ଚଳରେ ବୃଦ୍ଧି ପାଉଥିବା ଭାରତର ଉଲ୍ଲେଖନୀୟ ଭୂମିକା ଉପରେ ବି କିଶିଦା ଗୁରୁତ୍ବାରୋପ କରିବେ ବୋଲି ଆଶା କରାଯାଉଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ